www.samajalive.in
Sunday, December 14, 2025
16.1 C
Bhubaneswar

 ଇରଫାନ୍ ପଠାନଙ୍କ ନେତୃତ୍ୱରେ ଗଠନ ହେଲା ‘କୋଣାର୍କ ସୂର୍ଯ୍ୟସ’, ଓଡ଼ିଶା କ୍ରିକେଟକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ଦେବାକୁ ରହିଛି ଲକ୍ଷ୍ୟ

 

ଭୁବନେଶ୍ବର: କିମ୍ବଦନ୍ତୀ କ୍ରିକେଟ ତାରକା ଇରଫାନ ପଠାନଙ୍କ ନେତୃତ୍ବରେ ‘କୋଣାର୍କ ସୂର୍ଯ୍ୟସ’ ନାମରେ ଏକ ଦଳ ଗଠନ କରାଯାଇଛି। ଏହି ଅବସରରେ କେଉଁମାନେ ଦଳରେ ରହିବେ ସେହି ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ଦଳରେ ଇରଫାନ ପଠାନଙ୍କୁ ଅଧିନାୟକତ୍ବ ଦାୟିତ୍ୱ ଦିଆଯାଇଥିବା ବେଳେ ବିନୟ କୁମାର, ରାଜେଶ ବିଷ୍ମୋଈ ଓ ସାହାବାଜ୍ ନଦୀମଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇଛି। ଇରଫାନଙ୍କ ସହ ଅନ୍ୟ ତିନିଜଣ ଖେଳାଳି ଆଜିର ନୂତନ ଦଳ ‘କୋଣାର୍କ ସୂର୍ଯ୍ୟସ’ ଘୋଷଣା କାର୍ଯ୍ୟକ୍ରମରେ ଯୋଗଦେଇ ଟିମକୁ ଶୀର୍ଷରେ ପହଞ୍ଚାଇବା ସହ ଓଡ଼ିଶା କ୍ରିକେଟକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ଦେବାକୁ ଲକ୍ଷ୍ୟ ରହିଥିବା ପ୍ରକାଶ କରିଥିଲେ।

- Advertisement -

ଭାରତରେ କ୍ରିକେଟର କ୍ରେଜ ଦିନକୁ ଦିନ ବଢି ଚାଲିଛି ଯାହାପାଇଁ ଅନେକ କ୍ରିକେଟ ଲିଗ୍ ଓ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଏହି ଧାରାରେ ପ୍ରଥମ ଥର ପାଇଁ ଲୋକପ୍ରିୟ ଲେଜେଣ୍ଡସ୍ କ୍ରିକେଟ ଲିଗ୍ ଟିମରେ ଓଡ଼ିଶା ସାମିଲ ହୋଇଛି। ‘କୋଣାର୍କ ସୂର୍ଯ୍ୟସ’ ନାମରେ ଏହି ଟିମ ଆବିର୍ଭାବ ହୋଇଛି । ଲିଜେଣ୍ଡ କ୍ରିକେଟରଙ୍କୁ ନେଇ ଟି-୨୦ ଫର୍ମାଟରେ ଅନୁଷ୍ଠିତ ହେବ । ଏହା ଓଡ଼ିଶା ପାଇଁ ଏକ ଗୌରବମୟ ପଦକ୍ଷେପ ଯାହା ମାଧ୍ୟମରେ ଓଡ଼ିଶାର ସଂସ୍କୃତି, କ୍ରୀଡା ପ୍ରତିଭା ଓ ଦକ୍ଷତାକୁ ଦେଶ ବିଦେଶରେ ଦର୍ଶାଇବ। ଟିମ୍ ‘କୋଣାର୍କ ସୂର୍ଯ୍ୟସ’ ଦଳର କ୍ୟାପଟେନ ଭାବରେ ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ତାରକା ଇରଫାନ ପଠାନ ନିଯୁକ୍ତ ହୋଇଛନ୍ତି । ଯାହାଙ୍କର ଅଭିଜ୍ଞତା ଓ ନେତୃତ୍ଵ ଓଡ଼ିଶା ପାଇଁ ଖୁବ୍ କାମରେ ଆସିବ। ଇରଫାନଙ୍କ ବ୍ୟତୀତ ଦଳରେ ବିନୟ କୁମାର, ରାଜେଶ ବିସ୍ନୋଇ ଓ ସାହାବାଜ୍ ନଦୀମଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇଛି । ଇରଫାନଙ୍କ ଯୋଗଦାନ ଓଡ଼ିଶା ଦଳ ଓ ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି ।

ଏହି ପ୍ରୟାସରେ ସାନପ୍ରିୟା ଗ୍ରୁପ, ଆସୋଟେକ ସହିତ ମିଳିତ ଭାବରେ ଓଡ଼ିଶାରେ ବିଶ୍ବସ୍ତରୀୟ କ୍ରୀଡା ପ୍ରତିଷ୍ଠାନ ସୃଷ୍ଟି କରିବା ତଥା ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସହାୟତା କରିବାର ଲକ୍ଷ୍ୟ ନେଇଛି। ଅସୋଟେକ୍ ଖେଳାଳିମାନଙ୍କ ପାଇଁ ପ୍ରଶିକ୍ଷଣ ଏବଂ ଉନ୍ନତି ସହିତ ଜଣାଶୁଣା ମାଲ୍ଟି-ସ୍ପୋର୍ଟ୍ସ ସେଣ୍ଟର ଅଫ୍ ଏକ୍ସଲେନ୍ସ ଗଠନ କରିବାକୁ ଯାଉଛି ଯାହା ଭୁବନେଶ୍ୱରରେ ଅସୋଟେକ୍ ୱାର୍ଲ୍ଡ ଟାଉନସିପରେ ଥିବା ସ୍ପୋର୍ଟ୍ସ ହବରେ ରହିବ।

ଟିମ ଲଞ୍ଚ୍ ହେବା ଅବସରରେ ମୁଖ୍ୟ ଅତିଥି ଭାବେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଯୋଗଦେଇଥିବା ବେଳେ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ଦୁତିଚାନ୍ଦ, ପାରା ଅଲିମ୍ପିଆନ ପ୍ରମୋଦ ଭଗତ, ପୂର୍ବତନ କ୍ରିକେଟର ସତ୍ୟରଞ୍ଜନ ଶତପଥୀ, କଣ୍ଠଶିଳ୍ପୀ କ୍ରିଷ୍ନା ବେହୁରା, ସୁସ୍ମିତା ଦାସ, ଅଭିନେତା ସବ୍ୟସାଚି, ଅଭିନେତ୍ରୀ ଅର୍ଚ୍ଚିତା ସାମିଲ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories