www.samajalive.in
Sunday, December 14, 2025
23.1 C
Bhubaneswar

ଭାଲୁ ଆକ୍ରମଣରେ ଯୁବକ ଗୁରୁତର 

ନର୍ଲା : ନର୍ଲା ନିକଟସ୍ଥ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ସମୟରେ ଜଣେ ଯୁବକ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ତେବେନିଜର ଉପସ୍ଥିତ ବୁଦ୍ଧି ଯୋଗୁ ସେ ଭାଲୁ କବଳରୁ ବଞ୍ଚି ଯାଇଛନ୍ତି। ଭାଲୁ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ପରିଚୟ ମିଳିଛି ଏବଂ ତାଙ୍କ ନାମ ଶଙ୍କର ଭୁଏ ବୋଲି ସୂଚନା ମିଳିଛି।
ଆଜି ଲାଞ୍ଜିଗଡ ବ୍ଲକ୍ କଦମଗୁଡ଼ା ପଞ୍ଚାୟତ ରେଢ଼ାପଦର ଶଙ୍କର ଭୁଏ ନିକଟସ୍ଥ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲେ। ସେଠାରେ ଦୁଇଟି ବଡ଼ ଭାଲୁ ଓ ଗୋଟିଏ ଭାଲୁ ଶାବକ ମିଳିତ ଭାବେ ଶଙ୍କରଙ୍କୁ ଆକ୍ରମଣ କରିଥିଲେ। ଶଙ୍କର ଏହି ୩ଟି ଭାଲୁ ସହ ଲଢେଇ କରି ନିକଟସ୍ଥ ଏକ ଗଛ ଉପରକୁ ଚଢ଼ି ଯିବାରୁ ତାଙ୍କର ଜୀବନ ବଞ୍ଚି ଯାଇଛି। ତାଙ୍କର ସର୍ବାଙ୍ଗ ଶରୀର କ୍ଷତ ବିକ୍ଷତ ହୋଇଛି । ନର୍ଲା ଡାକ୍ତରଖାନାରେ ଚିକିତ୍ସା ପରେ ତାଙ୍କୁ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories