www.samajalive.in
Friday, December 12, 2025
19.1 C
Bhubaneswar

କେନିଆରେ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡ, ୧୭ ଛାତ୍ର ମୃତ

ଡେସ୍କ: କେନ୍ଦ୍ରୀୟ କେନିଆର ଏକ ବୋର୍ଡିଂ ସ୍କୁଲ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ଶୋଇଥିବା ଅବସ୍ଥାରେ ୧୭ ଜଣ ବାଳକଙ୍କ ମୃତ୍ୟୁ ହୋଇଛି। ଏହି ଅଗ୍ନିକାଣ୍ଡରେ ୧୪ ଜଣ ଆହତ ହୋଇଛନ୍ତି। ନିଆରୀ କାଉଣ୍ଟିର ହିଲ୍ସାଇଡ୍ ଏଣ୍ଡରାସା ପ୍ରାଥମିକ ବିଦ୍ୟାଳୟରେ ବିପର୍ଯ୍ୟୟ ପରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ କହିଛି।

ସେଠାକାର ସରକାରୀ ମୁଖପାତ୍ର ଆଇଜାକ୍ ମୁୱାରା କହିଛନ୍ତି ଯେ ପିଲାମାନେ ଚତୁର୍ଥରୁ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ଏବଂ ସେମାନଙ୍କ ବୟସ ପ୍ରାୟ ୯ରୁ ୧୩ ବର୍ଷ ଥିଲା। ହଷ୍ଟେଲରେ ୧୫୬ ଜଣ ଛାତ୍ର ଥିଲେ। ଗୁରୁବାର ରାତିରେ ଘଟିଥିବା ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି ବୋଲି ପୁଲିସ ମୁଖପାତ୍ର କହିଛନ୍ତି। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ମୃତଦେହକୁ ଚିହ୍ନିବା ସମ୍ଭବ ନୁହେଁ ବୋଲି କୁହାଯାଇଛି।

- Advertisement -

ଶିକ୍ଷା ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ବିବୃତିରେ କହିଛି ଯେ ସେହି ପ୍ରାଥମିକ ବୋର୍ଡିଂ ସ୍କୁଲରେ ମୋଟ ୮୨୪ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି, ସେମାନଙ୍କ ମଧ୍ୟରେ ୪୦୨ ଜଣ ବାଳକ ଏବଂ ୪୨୨ ଜଣ ବାଳିକା ଅଛନ୍ତି। ୧୫୬ ଜଣ ବାଳକ ଓ ୧୬୦ ଜଣ ବାଳିକା ହଷ୍ଟେଲରେ ରହୁଥିବା ବେଳେ ଅନ୍ୟମାନେ ଦିବାଧ୍ୟାୟୀ ଛାତ୍ରଛାତ୍ରୀ ଅଟନ୍ତି। ଅଗ୍ନିକାଣ୍ଡ ଘଟିଥିବା ବିଦ୍ୟାଳୟଟି ରାଜଧାନୀ ନାଇରୋବିଠାରୁ ପ୍ରାୟ ୧୭୦ କିଲୋମିଟର ଉତ୍ତରରେ ଅବସ୍ଥିତ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories