www.samajalive.in
Tuesday, December 9, 2025
16.1 C
Bhubaneswar

ପର୍ଯ୍ୟଟକଙ୍କ ପାଇଁ ସ୍ୱର୍ଗ: ଜତମାଈ

ଛତିଶଗଡ଼ ଜଙ୍ଗଲ ମଧ୍ୟରେ ଥିବା ଜତମାଈ ମନ୍ଦିରର ଏପରି କିଛି ବିଶେଷତ୍ୱ ରହିଛି ତାହା ହୁଏତ ଅନେକେ ଜାଣିନଥିବେ। ଜତମାଈ ଛତିଶଗଡ଼ର ପ୍ରମୁଖ ତୀର୍ଥ ତଥା ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଗୋଟିଏ। ପ୍ରକୃିତର କୋଳରେ ଏହା ବିରାଜିତ। ଏହି ସ୍ଥାନ ଦେବୀଙ୍କର ଏକ ପ୍ରସିଦ୍ଧ ସ୍ଥାନ ଅଟେ। ଜତମାଈ ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ୬୫ କି.ମି ଦୂରରେ ଜଙ୍ଗଲ ମଧ୍ୟରେ ରହିଛି। ଏହି ସ୍ଥାନ ଝରଣା ପାଇଁ ମଧ୍ୟ ବେଶ ପ୍ରସିଦ୍ଧ ଅଟେ। ଗରିୟାବନ୍ଦ ଜିଲାରେ ପ୍ରାକୃତିକ ପରିବେଶ ମଧ୍ୟରେ ଆଚ୍ଛାଦିତ ଏହା ଅତ୍ୟନ୍ତ ସୁନ୍ଦର ସ୍ଥାନ। ଏହି ସହର ପ୍ରଦୂଷଣରୁ ମୁକ୍ତ ଶାନ୍ତ ସ୍ଥାନ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ। ଏଠାରେ ମା’ଜତମାଈଙ୍କ ପ୍ରସିଦ୍ଧ ମନ୍ଦିର ରହିଛି। ଯାହାଙ୍କୁ ପାହାଡ଼ଙ୍କ ଦେବୀ ବୋଲି କୁହାଯାଏ। ମା’ଙ୍କ ଚରଣରୁ ଝରଣା ସ୍ପର୍ଶ କରି ତଳେ ପଡ଼ୁଛି। ଏଠାରେ ସଭିଏଁ ସ୍ନାନ କରିଥାଆନ୍ତି। ମାନ୍ୟତା ଅନୁଯାୟୀ ଏହି ଜଳଧାରା ଗୁଡ଼ିକ ମା’ଙ୍କ ସେବିକା ଅଟନ୍ତି। ଯେଉଁମାନେ ମା’ଙ୍କ ଭକ୍ତମାନଙ୍କୁ ସ୍ନାନ କରାଇଥାଆନ୍ତି। ଏଠାକୁ ଆସୁଥିବା ସମସ୍ତ ଭକ୍ତ ଏହା ହିଁ କହିଥାଆନ୍ତି ଯେ , ସେମାନେ ସ୍ୱର୍ଗକୁ ଆସିଥିବା ପରି ମନେ ହେଉଛି।
ବର୍ଷ ସାରା ଏଠାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ମା’ଙ୍କୁ ସଭିଏଁ ଖୁବ ଆନନ୍ଦର ସହ ଦର୍ଶନ କରିଥାଆନ୍ତି। ପ୍ରତିବର୍ଷ ଚୈତ୍ର ମାସରେ ଏଠାରେ ମେଳାର ଆୟୋଜନ ହୋଇଥାଏ। ବହୁ ଦୁରଦୂରାନ୍ତରରୁ ଲୋକେ ଏଠାକୁ ମା’ଙ୍କୁ ଦର୍ଶନ ପାଇଁ ଆସିବା ସହ ପିକନିକର ମଧ୍ୟ ମଜା ନେଇଥାଆନ୍ତି।  ଏଠାରେ ଥିବା ଝରଣା ମନ ମୋହିତ କରିଥାଏ। ଜତମାଈ ନିକଟରେ ଥିବା ଘଟାରାଣୀ ମଧ୍ୟ ଏକ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଅଟେ। ଏଠାରେ ମଧ୍ୟ ମା’ ଘଟାରାଣୀଙ୍କ ମନ୍ଦିର ସହ ଝରଣା ରହିଛି। ଲୋକେ ଏଠାକୁ ମଧ୍ୟ ଭ୍ରମଣ ପାଇଁ ଯାଇଥାଆନ୍ତି।
ଗମନାଗମନ ଦୃଷ୍ଟିରୁ ଆପଣ ଛତିଶଗଡ଼ କିମ୍ବା ରାୟପୁରକୁ ଟ୍ରେନ୍‌ ଯୋଗେ ଯାଇ ସେଠାରୁ ଘରୋଇ ଯାନ ମାଧ୍ୟମରେ ପର୍ଯ୍ୟଟନସ୍ଥଳକୁ ଯାଇପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories