www.samajalive.in
Tuesday, December 9, 2025
17.1 C
Bhubaneswar

ବିପିଏଲ୍‍ ପରିବାରକୁ ମିଳିବ ମାସିକ ଭତ୍ତା!

ନୂଆଦିଲ୍ଲୀ: ସାଧାରଣ ବର୍ଗର ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ସରକାରୀ ଚାକିରିରେ ୧୦% ସଂରକ୍ଷଣ ପ୍ରସ୍ତାବ ସଂସଦରେ ଅନୁମୋଦନ ଲାଭ କରିଛି। ଏହାପରେ ଦେଶର ପ୍ରତି ବିପିଏଲ୍‍ ପରିବାରକୁ ମାସିକ ଭତ୍ତା ଦେବାକୁ କେନ୍ଦ୍ର ସରକାର ଚିନ୍ତା କରୁଥିବା ଜଣାପଡ଼ିଛି।
କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଯଦି କାର୍ଯ୍ୟକାରୀ ହୁଏ ତେବେ ଦେଶର ପ୍ରତି ବିପିଏଲ୍‍ ପରିବାରକୁ ମାସକୁ ୨୫୦୦ ଟଙ୍କା ମିଳିବ। ଏହି ଅର୍ଥ ସେମାନଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ। ବଦଳରେ ଖାଦ୍ୟ, ଗ୍ୟାସ୍‍ ଓ ଅନ୍ୟାନ୍ୟ ସରକାରୀ ସବ୍‍ସିଡି ବାବଦରେ ସେମାନେ ପାଉଥିବା ରାଶି ବନ୍ଦ କରାଯିବ। ତେବେ ପ୍ରତି ପରିବାର ପିଛା ଭତ୍ତା ପରିମାଣ କେତେ ହେବ ତାହା ଭାରତୀୟ ରିଜର୍ଭ ବ୍ୟାଙ୍କର ପାଣ୍ଠି ହସ୍ତାନ୍ତର ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ ତେବେ କେନ୍ଦ୍ର ସରକାରଙ୍କ ଉପରେ ବାର୍ଷିକ ୩୨ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ବୋଲି ଆକଳନ କରାଯାଇଛି। ଦେଶର ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୦୦ ଦିନରୁ କମ୍‍ ସମୟ ରହିଥିବାରୁ ଆଗାମୀ ବଜେଟ୍‍ରେ ଏହି ବ୍ୟୟ ବରାଦ ସ୍ଥାନ ପାଇପାରେ ବୋଲି ଚର୍ଚ୍ଚା ହେଉଛି।
୨୦୧୬-୧୭ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଥିବା ୟୁବିଆଇ(ୟୁନିଭର୍ସାଲ୍‍ ବେସିକ୍‍ ଇନକମ୍‍) ଆଧାରରେ କେନ୍ଦ୍ର ସରକାର ଉପରୋକ୍ତ ପଦକ୍ଷେପ ନେବାକୁ ଚିନ୍ତା କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରାଜସ୍ଥାନ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଇସ୍ତାହାରରେ ଏହି ପ୍ରସ୍ତାବ ସ୍ଥାନ ପାଇଥିଲା। ସେହିପରି ଦେଶର ମୋଟ ଜନସଂଖ୍ୟାର ୪୭% କୃଷକ ପରିବାର ପାଇଁ ତେଲେଙ୍ଗାନା ସରକାରଙ୍କ ‘ରାଇତୁ ବନ୍ଧୁ’ ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ‘ରାଇତୁ ବନ୍ଧୁ’ ଯୋଜନାରେ ଏକ ଏକରୁ କମ୍‍ ଚାଷ ଜମି ଥିବା କୃଷକଙ୍କୁ ଏକର ପିଛା ୪ ହଜାର ଟଙ୍କା ହିସାବରେ ପ୍ରତି ଅମଳ ଋତୁ ପାଇଁ ପ୍ରଦାନ କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories