www.samajalive.in
Sunday, December 14, 2025
26.1 C
Bhubaneswar

ମୁକୁଳିଲେ ଛତିଶଗଡର ୪ ସାମ୍ବାଦିକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଚାରି ସାମ୍ବାଦିକଙ୍କୁ ଛତିଶଗଡ ପୁଲିସ ଚକ୍ରାନ୍ତ କରି ଜେଲ ପଠାଇଥିଲା। ଗୁରୁବାର ୪ ସାମ୍ବାଦିକ ଆନ୍ଧ୍ରର ରାଜମହେନ୍ଦ୍ରୀ ଜେଲରୁ ଜାମିନରେ ମୁକୁଳିବା ପରେ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ସୂଚନା ମୁତାବକ, ଛତିଶଗଡର ୪ ଜଣ ସାମ୍ବାଦିକ ବାପି ରାୟ, ଧର୍ମେନ୍ଦ୍ର ସିଂ, ମନିଷ ସିଂ ଓ ଇଶୁ ତ୍ରିବେଦୀ ଗତ ଅଗଷ୍ଟ ୯ ତାରିଖ ଓଡିଶା ଓ ଛତିଶଗଡ ସୀମାନ୍ତରେ ବାଲି ଚୋରାଚାଲାଣ ହେଉଥିବା ଖବରପାଇ ସେଠାକୁ ଖବର ସଂଗ୍ରହ କରିବା ନିମନ୍ତେ ଯାଇଥିଲ। ସେଠାକାର କୋଣ୍ଟା ପୁଲିସ ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡିକୁ ଅଟକାଇ ଯାଞ୍ଚ କରି ଗାଡିରେ ନ ଥିବା କହି ଛାଡି ଦେଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଛତିଶଗଡର କୋଣ୍ଟାରୁ ମାତ୍ର ୬ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର ଚିନ୍ତୁର ପୁଲିସ ଉକ୍ତ ଗାଡିକୁ ଅଟକାଇବା ସହ ଗାଡିରେ ୪୦ କେଜି ଗଞ୍ଜେଇ ଥିବା ଦର୍ଶାଇ ସେମାନଙ୍କ ନାମରେ ମାମଲା ରୁଜୁ କରିଥିଲେ। ଉକ୍ତ ଘଟଣାକୁ ସନ୍ଦେହ କରି ଛତିଶଗଡର ସାମ୍ବାଦିକମାନେ ସେଠାକାର ଥାନା ଅଧିକାରୀଙ୍କ  କାର୍ଯ୍ୟକଳାପକୁ ସନ୍ଦେହ କରିଥିଲେ । ଚିନ୍ତୁର ଥାନା ଅଧିକାରୀ ଛତିଶଗଡର କୋଣ୍ଟା ଆସି ସିସିଟିଭି ଫୁଟେଜ ସଂଗ୍ରହ କରିଥିଲେ । ପରେ ଛତିଶଗଡ ପୁଲିସ ଅଧିକାରୀ ଚିନ୍ତୁର ଥାନା ଘଟଣାର ତଦନ୍ତ କଲା ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରି ଅଦାଲତକୁ ପଠାଇଥିଲେ। କିନ୍ତୁ ୪ ସାମ୍ବାଦିକଙ୍କୁ ଆନ୍ଧ୍ର ଜେଲକୁ ଆନ୍ଧ୍ର ପୁଲିସ ପଠାଇଥିବାରୁ ଅଗଷ୍ଟ ମାସ ୧୭ ତାରିଖ ଦିନ ମାଲକାନଗିରି ଜିଲ୍ଲାର ୫୦ରୁ ଊର୍ଦ୍ଧ୍ବ ଗଣମାଧ୍ୟମ ପ୍ରତିନିଧି କୋଣ୍ଟା ଯାଇ ଧାରଣାରେ ବସିଥିଲେ। ତା’ସହିତ ଆନ୍ଧ୍ର, ଓଡିଶା, ତେଲେଙ୍ଗାଣା ଓ ଛତିଶଗଡର ୫୦୦ରୁ ଊର୍ଦ୍ଧ୍ବ ସାମ୍ବାଦିକ କୋଣ୍ଟାଠାରେ ଧାରଣାରେ ବସି ପୁଲିସର ବର୍ବରତା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସେଠାକାର ସବ ଡିଭିଜନାଲ ମାଜିଷ୍ଟ୍ରେଟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ୪ ସାମ୍ବାଦିକ ଜେଲରୁ ଜାମିନରେ ଆସିବା ପରେ ଚାରି ରାଜ୍ୟର ସାମ୍ବାଦିକ ମହଲରେ ସ୍ୱାଗତ କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories