www.samajalive.in
Friday, December 12, 2025
27.1 C
Bhubaneswar

ଆଧାର-ମୋବାଇଲ୍‌ ଲିଙ୍କ ହୋଇନଥିଲେ ମଧ୍ୟ ଅନ୍‌ଲାଇନ ପଞ୍ଜୀକରଣ କରିହେବ

ଭୁବନେଶ୍ୱର : ଆଜି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ପୁରୀ ଶ୍ରୀକ୍ଷେତ୍ର କଲୋନିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଖୋଲାଯାଇଥିବା ‘ସୁଭଦ୍ରା’ ସହାୟତା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ନିମନ୍ତେ ଫର୍ମ ସଂଗ୍ରହ ପାଇଁ ଆସିଥିବା ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ଏଥି ସହ ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ଫର୍ମ ବିତରଣ ସଂପର୍କିତ ରେଜିଷ୍ଟର ଯାଞ୍ଚ କରିଥିଲେ। ଏହି କେନ୍ଦ୍ରରୁ ଫର୍ମ ନେଇଥିବା ମହିଳାଙ୍କ ମଧ୍ୟରୁ ୮୦ ପ୍ରତିଶତ ଫର୍ମ ପୂରଣ କରିଥିବା ଜାଣି ଉପମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।

ଆଲୋଚନା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମଗ୍ର ରାଜ୍ୟରେ ବ୍ୟାପକ ଜନସଚେତନତା ସୃଷ୍ଟି ସହ କୌଣସି ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ୍‌ ନପଡ଼ନ୍ତି ସେଥି ପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁଭଦ୍ରା ଯୋଜନା ନେଇ ଜନସାଧାରଣଙ୍କ ସନ୍ଦେହମୋଚନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ହେଲ¬ଲାଇନ ନମ୍ବର-୧୪୬୭୮ ଜାରି କରାଯାଇଛି।

- Advertisement -

ଏହା ସତ୍ତ୍ବେ ଆଧାର-ମୋବାଇଲ୍‌ ସଂଯୋଗୀକରଣ ଏବଂ ଫର୍ମ ଦାଖଲର ଶେଷ ତାରିଖ ନେଇ ଜନସାଧାରଣଙ୍କ ମନରେ ସନ୍ଦେହ ରହିଥିବାର ଲକ୍ଷ୍ୟ କରାଯାଇଛି । ରାଜ୍ୟର ସମସ୍ତ ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ ‘ସୁଭଦ୍ରା’ ଯୋଜନାର ଫର୍ମ ଉପଲବ୍ଧ କରାଯାଉଛି । ‘ସୁଭଦ୍ରା’ ଫର୍ମ ଦାଖଲ କରିବା ପାଇଁ ଆଧାର ସହିତ ମୋବାଇଲ୍‌ ନମ୍ବର ଲିଙ୍କ୍‌ ହୋଇନଥିଲେ ମଧ୍ୟ ବାୟୋମେଟ୍ରିକ ପଦ୍ଧତିରେ ଆଧାର ପ୍ରାମାଣୀକରଣ କରାଯାଇପାରିବ । ଏଣୁ ବିନା ମୋବାଇଲ୍‌ ନମ୍ବର ଲିଙ୍କରେ ମଧ୍ୟ ଆବେଦନ ପତ୍ର ପୂରଣ ଓ ପଞ୍ଜୀକରଣ କରାଯାଇପାରିବ । ପଞ୍ଜୀକରଣର କୌଣସି ଶେଷ ତାରିଖ ନିର୍ଦ୍ଧାରିତ ହୋଇନଥିବାରୁ ଆବେଦନକାରୀମାନେ ବ୍ୟସ୍ତବିବ୍ରତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଚଳିତ ମାସ ୧୭ ତାରିଖ ଦିନ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ସେପ୍ଟେମ୍ବର ୪ (ବୁଧବାର)ଠାରୁ ଅନ୍‌ଲାଇନ୍‌ରେ ଫର୍ମ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରଥମ ଦୁଇଘଣ୍ଟାରେ ୮୦ ହଜାରରୁ ଊର୍ଦ୍ଧ୍ୱ ଫର୍ମ ପଂଜୀକୃତ ହୋଇଛି ଏବଂ ଏହି ଫର୍ମ ପଂଜୀକରଣ ପ୍ରକ୍ରିୟା ଜାରି ରହିଛି ।

ରାଜ୍ୟ ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ସଫଳ ରୂପାୟନ ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି ସହ ଯୋଗ୍ୟ ହିତାଧିକାରୀମାନଙ୍କୁ ଯୋଜନାରେ ସାମିଲ କରିବା ନିମନ୍ତେ କ୍ଷେତ୍ର ସ୍ତରରେ ବ୍ୟାପକ ପ୍ରୟାସ ଜାରି ରଖିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories