www.samajalive.in
Saturday, December 13, 2025
23.1 C
Bhubaneswar

ବଜ୍ରପାତରେ ୫ ବର୍ଷରେ ଗଲାଣି ୧୬୨୫ ଜୀବନ, ସହାୟତା ରାଶି ବୃଦ୍ଧି ଦାବି

ଡେସ୍କ: ଗତ ୫ବର୍ଷରେ ରାଜ୍ୟରେ ବଜ୍ରପାତରେ ୧ ହଜାର ୬୨୫ ଜଣ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ବିଧାନସଭାରେ ପ୍ରଶ୍ନକାଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟରେ ବଜ୍ରପାତରେ ୧ ହଜାର ୬୨୫ ଜଣ ମୃତ୍ୟୁବରଣ କରିଥିବା ବେଳେ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ମାତ୍ର ୫୪୨ ଜଣ ପ୍ରାଣ ହରାଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ଓଡିଶାର ସୁନ୍ଦରଗଡ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ବଜ୍ରପାତ ଜନିତ ମୃତ୍ୟୁ ଘଟୁଛି। ଗତ ୬ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିବର୍ଷ ହାରାହାରି ୬ଲକ୍ଷରୁ ଅଧିକ ବଜ୍ରାଘାତ ହେଉଛି। ମୟୁରଭଞ୍ଜ ଜିଲ୍ଲାରେ ବର୍ଷକୁ ହାରାହାରି ୭୨ହଜାର ଥର ବଜ୍ରାଘାତ ହେଉଥିବା ବେଳେ ସୁନ୍ଦରଗଡରେ ୫୦ହଜାର ଓ କେନ୍ଦୁଝରେ ଜିଲ୍ଲାରେ ହାରାହାରି ୪୬ହଜାର ଥର ବଜ୍ରାଘାତ ହେଉଛି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଖଣିଜ ସାମଗ୍ରୀ ମହଜୁଦ ଥିବାରୁ ଓଡିଶାରେ ଅଧିକ ପରିମାଣରେ ବଜ୍ରପାତ ହେଉଛି।

ଏବେ ରାଜ୍ୟ ସରକାର ବଜ୍ରାଘାତରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଥିବା ବେଳେ ଏହାକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଆଜି ବିଧାନସଭାରେ ସଦସ୍ୟମାନେ ଦାବି କରିଛନ୍ତି।

Hot this week

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

Related Articles

Popular Categories