www.samajalive.in
Sunday, December 7, 2025
14.1 C
Bhubaneswar

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁନାଟକ ‘ପୂଜା ଫୁଲ’ ମଞ୍ଚସ୍ଥ

ପିପିଲି:ପିପିଲି ବ୍ଳକ ଅନ୍ତର୍ଗତ ଗୁଡିଆପୋଖରୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଗୁରୁବାର ଦିନ ଗୁରୁ ଦିବସ ସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ରସାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଅବସରପ୍ରାପ୍ତ ଲେଫ୍‌‌ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ପରିଚାଳନା କମିଟି ସଂପାଦକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଦୀନବନ୍ଧୁ ବେହୁରା, ପିପିଲି ସାଂସ୍କୃତିକ ପରିଷଦର ମୁଖ୍ୟ ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର, ସମାଜସେବୀ ପ୍ରଭାତ ରଥ, ଅଜୟ କୁମାର ମହାପାତ୍ର, ବରିଷ୍ଟ ଶିକ୍ଷାବିତ୍‌‌ ଅର୍ଜ୍ଜୁନ ଘଡେଇ, ପୂର୍ବତନ ସରପଞ୍ଚ ପ୍ରଦୀପ ସାହୁ ପ୍ରମୁଖ ଯୋଗଦେଇ ବ୍ୟକ୍ତି ନିର୍ମାଣ, ଚରିତ୍ର ଗଠନ ଓ ଏକ ଆଦର୍ଶ ଶିକ୍ଷିତ ସମାଜ ଗଠନ ଦିଗରେ ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟା କଳ୍ପନା ପାଇକରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ୍‌‌ ହେମନ୍ତ କୁମାର ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ଗୁରୁଦିବସ ଉପଲକ୍ଷେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅର୍ଜୁନ ଘଡେଇଙ୍କ ଦ୍ୱାରା ସାମାଜିକ ପୃଷ୍ଟଭୂମି ଉପରେ ଲିଖିତ ଶିଶୁନାଟକ ‘ପୂଜା ଫୁଲ’କୁ ଅତିଥିମାନେ ଉନ୍ମୋଚନ କରିବା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି ଶିଶୁନାଟକ ମଞ୍ଚସ୍ଥ ହୋଇଥିଲା। ଏହାକୁ ନାଟ୍ୟକାର ସୁରେନ୍ଦ୍ର କୁମାର ପୁଷ୍ପାଳକ ନିର୍ଦ୍ଦେଶନା ଦେଇଥିବା ବେଳେ ବିଦ୍ୟାମନ୍ଦିରର ସଂଗୀତ ଶିକ୍ଷକ ଗଦାଧର ବିଶ୍ୱାଳ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories