www.samajalive.in
Monday, December 8, 2025
24.1 C
Bhubaneswar

ଚଳନ୍ତା ବସରେ ମହିଳାଙ୍କ ପ୍ରସବ

ଗୁଣୁପୁର : ବସରେ ପ୍ରସବ କଲେ ମହିଳା। ଗୁଣୁପୁର ଉପଖଣ୍ଡ ମେଡିକାଲରେ ପ୍ରସବ କରିଥିବା ମହିଳାଙ୍କୁ ପହଞ୍ଚାଇଲା ଏକ ଘରୋଇ ବସ। ଶ୍ରୀ ଜଗନ୍ନାଥ ବସ୍ ପାରଳାଖେମୁଣ୍ଡିରୁ ପାପାଡାହାଣ୍ଡି ଯାଉଥିଲା । ଏଥିରେ ଅନେକ ଯାତ୍ରୀ ଥିଲେ । ପାରଳାଖେମୁଣ୍ଡିରୁ ବସ୍ ଆସୁଥିବାବେଳେ ରେଗେଡା ନିକଟରେ ଜଣେ ଗର୍ଭବତୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଯାତ୍ରୀଙ୍କ ମଧ୍ୟରେ ଜଣେ ଡାକ୍ତର ପ୍ରସବ କରାଇଥିଲେ। ଉଭୟ ମା ଓ ଶିଶୁଙ୍କୁ ଗୁଣୁପୁର ମେଡିକାଲ ନିଆଯାଇଥିଲା । ଉଭୟ ସୁସ୍ଥ ଥିବା କହିଛନ୍ତି ଗୁଣୁପୁର ମେଡିକାଲ ସୁପରିଟେଣ୍ଡେଣ୍ଟ ରମେଶ ସାହୁ । ପ୍ରସବ କରିଥିବା ମହିଳାଙ୍କ ଘର ପାରଳାଖେମୁଣ୍ଡିରେ । ଗଣେଷ ପୂଜା ଉପଲକ୍ଷେ ତାଙ୍କ ସଂମ୍ପର୍କୀୟଙ୍କ ଘର ଗୁଣୁପୁରକୁ ଆସୁଥିଲେ। ବସରେ ଥିବା କଣ୍ଡକ୍ଟର ଓ ଗାଡି ଚାଳକ ବସକୁ ଦ୍ରୁତ ଗତିରେ ଆଣି ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ଗାଡିରେ ଥିବା ଦୁଇ ଫିଜିଓଥେରାପି ଡାକ୍ତର ସୁନିତା ମଲ୍ଲିକା, ଅରୁଣ ନାୟକ ଉଭୟ ବସ୍ ଯାତ୍ରୀ ଭାବରେ ଆସୁଥିବାରୁ ଘଟଣାକୁ ଦେଖି ବଦାନ୍ୟତା ଦେଖାଇଥିଲେ। ଘଟଆ ପରେ ଡାକ୍ତରଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories