www.samajalive.in
Monday, December 8, 2025
27.1 C
Bhubaneswar

ହୀରାପଶିରେ ବଡ଼ ଧରଣର ଅବକାରୀ ଚଢ଼ାଉ

ପାଟଣା : ତୁରୁମୁଙ୍ଗା ପୁଲିସ ପକ୍ଷରୁ ଆଜି ଚୋରା ମଦ ପ୍ରସ୍ତୁତକାରୀଙ୍କ ଭୂସ୍ବର୍ଗ ପାଲଟିଥିବା ଏହି ଥାନା ଅଞ୍ଚଳର ହୀରାପଶି ଗ୍ରାମ ଅଞ୍ଚଳରେ ବଡ଼ ଧରଣର ଅବକାରୀ ଚଢ଼ାଉ କରାଯାଇଛି। ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ନେତୃତ୍ୱରେ ଥାନାର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହ ୨ ପ୍ଲାଟୁନ ସଶସ୍ତ୍ର ପୁଲିସ ଏହି ଅଭିଯାନରେ ସାମିଲ ଥିଲେ।  ପୁଲିସ ଏଠାରେ ୩ ଟି ଚୋରା ମଦ ଭାଟି ଭାଙ୍ଗିବା ସହ ପାଖାପାଖି ୩ ହଜାର କେଜି ମହୁଲ ପୋଚ ଜବତ କରି ନଷ୍ଟ କରିଛି। ଏହାଛଡା ୬୫ ଲିଟର ରନ୍ଧା ମହୁଲି ମଦ ମଧ୍ୟ ଜବତ କରାଯାଇଛି। ସମସ୍ତ ମଦ ରନ୍ଧା ସରଞ୍ଜାମ ପୁଲିସ ଜବତ କରି ଥାନାକୁ ଆଣିଛି । ପୁଲିସକୁ ଦେଖି ମଦ ପ୍ରସ୍ତୁତକାରୀମାନେ ଛତ୍ର ଭଙ୍ଗ ଦେଇଥିବାବେଳେ ଏନେଇ ଥାନାରେ ୨୫୩/୨୦୨୪,୨୫୪/୨୦୨୪,୨୫୫/୨୦୨୪ ରେ ଓଡିଶା ଅବକାରୀ ଆଇନରେ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ଶ୍ରୀ ଶାନ୍ତିଙ୍କ ଠାରୁ ସୂଚନା ମିଳିଛି ।

 

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories