www.samajalive.in
Sunday, December 7, 2025
16.1 C
Bhubaneswar

କପା ବାଡ ନିକଟରୁ ମାଈ ହାତୀର ମୃତଦେହ ଠାବ

ଗୁଣୁପୁର: ଗୁଣୁପୁର ରେଞ୍ଜ ଫୁଚପୁଟି ସାନ ନଦୀ ବ୍ରିଜ୍ ନିକଟରୁ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି। କପା ବାଡ ବିଦ୍ୟୁତ୍ ଖୁଣ୍ଟ ପାଖରେ ହାତୀର ମୃତଦେହ ପଡିରହିଛି । ଦୁଇଟି ହାତୀ ଏହି ଅଞ୍ଚଳ ରେ ରହିଥିଲେ। ସେଥି ମଧ୍ୟରୁ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୁଚନା ମିଳିଛି।  ତେବେ ହାତୀ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ପୂର୍ବରୁ ଏହି ଅଞ୍ଚଳରେ ୬ ଟିକିଆ ହାତୀପଲ ରହିଥିଲେ।  ଗତବର୍ଷ ଓଡିଶା ସୀମାନ୍ତ ଆନ୍ଧ୍ର ର ବାତିଲି ନିକଟ କାଟ୍ରାଗଡା ଠାରେ ଏକ ଚାଷ ଜମିରେ ବିଦ୍ୟୁତ୍ ଆଘାତରେ ୪ ଗୋଟି ହାତୀ ର ମୃତ୍ୟୁ ହୋଇଥିଲା। ସେହି  ଛଅ ଟିକିଆ ହାତୀପଲ ଓଡିଶାରୁ ଯାଇଥିବା ସ୍ବଷ୍ଟ ହୋଇଥିଲା। ଛଅ ଟିକିଆ ହାତୀ ପଲରୁ ଦୁଇଟି ହାତୀ ପୁଣି ଗୁଣୁପୁର ରେଞ୍ଜ୍ ଫୁଲପୁଟି ଜଙ୍ଗଲ କୁ ଫେରିଥିଲେ। ଆଜି ଏହି ଦୁଇ ହାତୀ ମଧ୍ୟରୁ ଆଉ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଗୁଣୁପୁର ବନ ବିଭାଗ ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories