www.samajalive.in
Monday, December 8, 2025
14.1 C
Bhubaneswar

ରାସ୍ତା ଦୁରବସ୍ଥା ଯାଞ୍ଚ କଲେ ଯମରାଜ, ଚିତ୍ରଗୁପ୍ତ

କର୍ଣ୍ଣାଟକ: କର୍ଣ୍ଣାଟକର ଉଡୁପିରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ତାହାକୁ ମରାମତି କରିବା ନେଇ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ଏହି ପ୍ରସଙ୍ଗକୁ ନେଇ ଏକ ଅଭିନବ ପ୍ରତିବାଦ ସ୍ବରୂପ ରାସ୍ତାରେ ଥିବା ଖାଲଖମା ଉପରେ ଲମ୍ବଡିଆଁ ପ୍ରତିଯୋଗିତା ଆୟୋଜନ କରାଉଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି।

ପ୍ରଘଟ ହୋଇଥିବା ଭିଡିଓରେ ଯମରାଜ, ଚିତ୍ରଗୁପ୍ତ ଓ କେତେକ ଭୂତ ପୋଷାକ ପିନ୍ଧିଥିବା ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ରାସ୍ତାର ଏକ ବଡ଼ ଖାଲ ଉପରେ ଭୂତ ପୋଷାକ ପିନ୍ଧିଥିବା ବ୍ୟକ୍ତିମାନେ ଡେଉଁଥିବା ବେଳେ ଯମରାଜ ଓ ଚିତ୍ରଗୁପ୍ତ ଟେପ୍‌ ଧରି ଦୂରତା ମାପୁଥିବା ଦେଖିବାକୁ ମିଳୁଛି।

- Advertisement -

ରାସ୍ତାରେ ଯାଉଥିବା ଲୋକେ ଭିଡ଼ ଜମାଇ ତାହାକୁ ଦେଖୁଛନ୍ତି। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଏହାକୁ ବହୁସଂଖ୍ୟକ ଲୋକ ଦେଖି ସାରିଛନ୍ତି। ଯମରାଜ ଓ ଚିତ୍ରଗୁପ୍ତ ରାସ୍ତାର ଦୁରବସ୍ଥା ଯାଞ୍ଚ କରିଥିବାରୁ ଆଗାମୀଦିନରେ ଏହି ରାସ୍ତା ମରାମତି ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନେବେ ବୋଲି ବହୁବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories