www.samajalive.in
Monday, December 8, 2025
24.1 C
Bhubaneswar

ୱାଇଜମ୍ୟାନ ଇଣ୍ଟରନାସନଲ ସମ୍ମିଳନୀ ଉଦଯାପିତ

କଟକ : ୱାଇଜମ୍ୟାନ ଇଣ୍ଟେରନ୍ୟାସନାଲ ପକ୍ଷରୁ ଭାରତ ଓ ଦୁବାଇକୁ ନେଇ ଗଠିତ ‘ଇଣ୍ଡିଆ ଏରିଆରା’ର ଦୁଇ ଦିନିଆ ସମ୍ମିଳନୀ ଓ ସମୀକ୍ଷା ବୈଠକ ଉଦଯାପିତ ହୋଇଛି। ଏହି ସମ୍ମିଳନୀର ଶେଷ ଦିବସରେ ଭାରତ ଓ ଦୁବାଇର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମସ୍ତ ଆଞ୍ଚଳିକ ନିର୍ଦେଶକ ସେମାନଙ୍କ ଆଗାମୀ କାର୍ଯ୍ୟାଧାରାର ବିବରଣୀ ଉପସ୍ଥାପନା କରିଥିଲେ।

ସର୍ବଭାରତୀୟ ସଭାପତି ଭି କେ ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ସଭାପତି ଏ ସାହନଭାସ ଖାନ ଯୋଗଦେଇ ବିଶ୍ଵ ଶାନ୍ତି, ପରିବେଶର ସୁରକ୍ଷା,ଦୁର୍ବଳ ଶ୍ରେଣୀ ବର୍ଗ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଦିଗରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉତ୍ତର ପୂର୍ବ ଓ ଉତ୍ତରପୂର୍ବ ଭାରତର ଆଞ୍ଚଳିକ ଭାରପ୍ରାପ୍ତ ନିର୍ଦେଶକ ପ୍ରସନ୍ନ କୁମାର ନନ୍ଦ ବିଶ୍ଵ ଭାତୃତ୍ୱ ଉପରେ ଗୁରୁତ୍ୱ ଦେବାସହିତ ଆଞ୍ଚଳିକ ଅଗ୍ରଗତି ଉପରେ ବିବରଣୀ ଉପସ୍ଥାପନା କରିଥିଲେ ।

- Advertisement -

ଏହି କାର୍ଯକ୍ରମରେ ଉତ୍ତର ପୂର୍ବ ଓ ଉତ୍ତରପୂର୍ବ ଭାରତର ଆଞ୍ଚଳର ଜିଲା ଗଭର୍ଣ୍ଣର ସୁଜିତ ପାଣି,ଡ଼କ୍ଟର ସୁରଜିତ ସାହୁ , ସତ୍ୟ ଗୋପାଳ ପରିଜା, ପିୟୁଷ ମହାନ୍ତି ରାଞ୍ଚି ର ଜେ. ଚିରାୟତ, ଗୌହଟି ର ପି.ଲାଇଜୁ ପ୍ରମୁଖ ଏହି ଉଦଯାପନୀ ଉତ୍ସବରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପ୍ରକାଶ ଥାଉକି ଆସନ୍ତା ଆଞ୍ଚଳିକ ପରିଷଦ ଓ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୦ ତାରିଖରେ ଦିଲ୍ଲୀ ଠାରେ ଅନୁଷ୍ଠିତ ହେବା ର କାର୍ଯ୍ୟକ୍ରମ ରହିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories