www.samajalive.in
Friday, December 12, 2025
23.1 C
Bhubaneswar

ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ, ୨ଆକ୍ରମଣକାରୀଙ୍କୁ ଜଙ୍ଗଲ ଭିତରୁ ବାନ୍ଧିଲା ପୁଲିସ

ନୀଳଗିରି: ବାଲେଶ୍ୱର ଜିଲା, ନୀଳଗିରି ଥାନା ଅଧୀନ ନରସିଂହପୁର ଗାଁର ଜଣେ ଉପଭୋକ୍ତା ଚୋରାରେ ବିଦ୍ୟୁତ ସଂଯୋଗ କରୁଥିବା ଅଭିଯୋଗରେ ମିତ୍ରପୁର ସେକ୍ସନର କର୍ମଚାରୀମାନେ ପହଞ୍ଚି ଗତ ୨୩ତାରିଖରେ ବିଦ୍ୟୁତ ବିଛିନ୍ନ କରିଥିଲେ ।

ଏହାକୁ କେନ୍ଦ୍ରକରି ୭ଜଣ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏହି ଘଟଣାରେ ବିଭାଗ ପକ୍ଷରୁ ନୀଳଗିରି ଥାନାରେ ଏତଲା ଦିଆଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେପଟେ ନ୍ୟାୟ ପାଇଁ ତଥା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଦ୍ୟୁତ କର୍ମଚାରୀମାନେ ଧାରଣା ବସିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।

- Advertisement -

ଉକ୍ତ ଘଟଣାରେ ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରି ଆକ୍ରମଣକାରୀଙ୍କୁ ଧରିବାକୁ ତଲାସି ଆରମ୍ଭ କରିଥିଲେ । ଆକ୍ରମଣକାରୀ ରାଜା ଓରଫ କୃଷ୍ଣଚନ୍ଦ୍ର ପଣ୍ଡା ଓ ଚିତ୍ତରଞ୍ଜନ ସିଂହ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଭଙ୍ଗାଚଟୁ ଗାଁ ନିକଟରେ ଥିବା ଏକ ନିଛାଟିଆ ଜଙ୍ଗଲରେ ଆତ୍ମଗୋପନ କରିଥିବା ଖବରପାଇ ପୁଲିସ ଚଢ଼ଉ କରିଥିଲା । ଦୀର୍ଘ କିମି ଯାଏଁ କାଦୁଅ ରାସ୍ତାରେ ଚାଲି ଚାଲି ପୁଲିସ ସେମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories