www.samajalive.in
Sunday, December 14, 2025
23.1 C
Bhubaneswar

ଜ୍ବର ହେଲେ ଡେଙ୍ଗୁ ଭୟ ଘାରୁଛି, ଘରୋଇ ପାଥୋଲାବକୁ ଯାଇ ଶୋଷିତ ହେଉଛନ୍ତି ରୋଗୀ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ପଡୋଶୀ ବ୍ଲକ ନାରାୟଣପାଟଣାରେ ଡେଙ୍ଗୁ ଜ୍ବର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଚଳିତବର୍ଷ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଏବେ କିଛିଦିନ ହେଲା ଲକ୍ଷ୍ମୀପୁର ବ୍ଲକରେ ଜ୍ବର ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଲୋକଙ୍କ ମଧ୍ୟରେ ଡେଙ୍ଗୁ ଭୟ ସୃଷ୍ଟି ହେଉଛି। ବିଗତ କିଛି ବର୍ଷ ହେଲା ଲକ୍ଷ୍ମୀପୁର ବ୍ଲକରେ ଦୂଷିତ ପରିବେଶ ସହିତ ଡ୍ରେନଗୁଡିକରେ ପାଣି ଜମି ରହିବା କାରଣରୁ ବହୁ ସଂଖ୍ୟକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେବା ସହିତ ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଥିଲା। ତେବେ ଏବର୍ଷ ପଡୋଶୀ ନାରାୟଣପାଟଣା ବ୍ଲକରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ଲକ୍ଷ୍ମୀପୁର ବ୍ଲକରେ ଜ୍ବରରେ ବହୁ ସଂଖ୍ୟକ ଲୋକ ପୀଡ଼ିତ ହୋଇ କାକିରିଗୁମ୍ମା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସହିତ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ଦୌଡୁଛନ୍ତି। ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ଡେଙ୍ଗୁ ପରୀକ୍ଷା ପାଇଁ ପ୍ରାଥମିକ ସ୍ତରରେ ସିବିସି
ବା ପ୍ଲେଟଲେଟ ପରୀକ୍ଷା ପାଇଁ ରହିଥିବା ମେସିନ ଅଚଳ ହୋଇପଡ଼ିଛି। ଫଳରେ ଲୋକେ ବାଧ୍ୟ ହୋଇ ବାହାରେ ଘରୋଇ ପାଥୋଲାବକୁ ଯାଇ ଏଡେଙ୍ଗୁ ପରୀକ୍ଷା ପାଇଁ ୯୦୦ ଟଙ୍କା ଖର୍ଚ୍ଚ କରି ଶୋଷିତ ହେଉଛନ୍ତି।

ଲକ୍ଷ୍ମୀପୁର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓ ଏଠାରେ ପ୍ରାୟ ଅଧିକାଂଶ ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ସହିତ ଆର୍ଥିକ ସ୍ଥିତି ସେମାନଙ୍କର ସେତେଟା ଭଲ ନୁହେଁ। ଯାହା ଫଳରେ ଏତେ ଟଙ୍କା ଖର୍ଚ୍ଚ କରି ପରୀକ୍ଷା କରିବା ସମ୍ଭବ ନୁହେଁ। କିନ୍ତୁ ରୋଗରେ ପଡ଼ିଥିବାରୁ ରୋଗୀ ବାଧ୍ୟ ହୋଇ ଧାରକରଜ କରି ପରୀକ୍ଷା କରାଉଛନ୍ତି ବୋଲି ଦୁଃଖର ସହିତ କହିଛନ୍ତି। ସିବିସି ବା ପ୍ଲେଟଲେଟ ପରୀକ୍ଷା ମେସିନ ତୁରନ୍ତ କାର୍ଯ୍ୟକ୍ଷମ କରି ଲୋକଙ୍କ ସମସ୍ୟା ଦୂର କରିବା ସହିତ ଦେୟମୁକ୍ତ ପରୀକ୍ଷା ବ୍ୟବସ୍ଥା କରାଇବାକୁ ସାଧାରଣାରେ ଦାବି ହେଉଛି।

- Advertisement -

ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ଦାସଙ୍କୁ ପଚାରିବାରୁ ସେ କହିଲେ ଯେ, ଡେଙ୍ଗୁ ପରୀକ୍ଷା ପାଇଁ କୌଣସି ବାହାର ପାଥୋଲାବକୁ ଯିବାକଥା ନୁହେଁ। ବାହାରେ ଯେଉଁ ପରୀକ୍ଷା ହେଉଛି ତାହା ଠିକ୍ ନୁହେଁ। ଏଣୁ ଆମେ ତାହାକୁ ଗ୍ରହଣ କରିବୁ ନାହିଁ। ଅନ୍ୟ ପକ୍ଷରେ ଶ୍ରୀ ଦାସଙ୍କ ହିବା କଥା ଡେଙ୍ଗୁ ପରୀକ୍ଷା ପାଇଁ ପ୍ରଥମେ ପ୍ଲେଟେଲେଟ ପରୀକ୍ଷା ହେବା କଥା। ତା’ ପରେ ସେମାନଙ୍କ ରକ୍ତ ସଂଗ୍ରହ କରାଯାଇ କୋରାପୁଟ ସ୍ଥିତ ସରକାରୀ ଲାବୋରେଟୋରିକୁ ପଠାଯାଇ ପରୀକ୍ଷା ରିପୋର୍ଟ ଆସିଲେ ନେଗେଟିଭ୍ କି ପଜିଟିଭ ଜଣା ପଡିବ। କିନ୍ତୁ ବାହାର ରାଜ୍ୟ ଓ ଆମ ଜିଲାର କୌଣସି ପାଥୋଲୋଜି କିମ୍ବା ଲାବୋରେଟୋରିରେ ବା ଡେଙ୍ଗୁ ପରୀକ୍ଷା ରିପୋର୍ଟର ସତ୍ୟତା ନାହିଁ। ଡେଙ୍ଗୁ ପରୀକ୍ଷା ମେସିନ୍ ଖରାପ ହୋଇଥିବା ସମ୍ପର୍କରେ ତାଙ୍କୁ ଅବଗତ କରାଯାଇ ନାହିଁ। ଏ ସମନ୍ଧରେ ବୁଝି ଯଥାଶୀଘ୍ର ମରାମତି ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories