www.samajalive.in
Saturday, December 13, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପ୍ୟାରିସ ପାରାଲିମ୍ପିକ୍ସ.. ଅବନୀ ଓ ମୋନାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ..

ପ୍ୟାରିସ୍ ପାରାଲିମ୍ପିକ୍ସ.. ଦ୍ଵିତୀୟ ଦିନରେ ଭାରତକୁ ଦୁଇ ଦୁଇଟି ପଦକ.. ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୧ ଇଭେଣ୍ଟରେ ଦେଶକୁ ସ୍ଵର୍ଣ୍ଣ ଦେଲେ ସୁଟର ଅବନୀ ଲେଖାରା.. ସମାନ ଇଭେଣ୍ଟରେ କାଂସ୍ୟ ଜିତିଲେ ମୋନା ଅଗ୍ରଓ୍ବାଲ..

- Advertisement -

୧୯୮୪ ଶିଖ ବିରୋଧୀ ଦଙ୍ଗା.. କଂଗ୍ରେସ ନେତା ଜଗଦୀଶ ଟିଟଲରଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ସିବିଆଇକୁ ନିର୍ଦେଶ ଦେଲେ ଦିଲ୍ଲୀ କୋର୍ଟ..

ବିଜେପିରେ ମିଶିଲେ ଚମ୍ପାଇ ସୋରେନ୍‌.. ଝାଡ଼ଖଣ୍ଡ ରାଞ୍ଚିରେ ମିଶ୍ରଣ ପର୍ବରେ ଧରିଲେ ପଦ୍ମ..

ମୁକୁନ୍ଦପ୍ରସାଦ ହତ୍ୟାକାଣ୍ଡ.. ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୁଲିସ..

ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ ଅଞ୍ଚଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ.. ଟାଙ୍ଗି ରେଞ୍ଜ ଡମଣଭୂଇଁ ଭଣ୍ଡାରୀଝର ନିକଟରେ ଦନ୍ତାହାତୀର ମୃତଦେହ ଠାବ.. ମୃତ୍ୟୁର କାରଣ ଅସ୍ପଷ୍ଟ.. ବନବିଭାଗର ତଦନ୍ତ ଜାରି..

ଛତିଶଗଡର ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ.. ଉତ୍ତରାଞ୍ଚଳ ଆଇଜି, ବରଗଡ ଏସପିଙ୍କ ନିକଟରେ ଆତ୍ମସମର୍ପଣ.. ଉଭୟଙ୍କ ନାଁରେ ଘୋଷଣା ହୋଇଥିଲା ପୁରସ୍କାର ରାଶି..

ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର.. କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ପରିଣତ ହେଲା.. ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ମୁହାଁଇବ ଲଘୁଚାପ କ୍ଷେତ୍ର.. ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳକୁ ଗତି କରିବ.. ଆଗାମୀ ୩୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତ ସମ୍ଭାବନା..

ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର..

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଶିଶୁ ଯତ୍ନ ୟୁନିଟରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ.. ବହୁ ଶିଶୁ ଗୁରୁତର..

ପୁଣି ସଂଶୋଧନ ହେବ ବିଶ୍ୱବିଦ୍ୟାଳୟ ଆଇନ୍‌‌.. ବିଧାନସଭାରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ..

ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ଆଉ ୪ଟି ଗେଟ୍.. ବର୍ତ୍ତମାନ ୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ..

କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ଯୋଜନା ବଳବତ୍ତର.. ସମୟ ସୀମା ୧ ବର୍ଷ ବୃଦ୍ଧି କଲେ ରାଜ୍ୟ ସରକାର..

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories