www.samajalive.in
Thursday, December 11, 2025
18.1 C
Bhubaneswar

ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ, ଥାନାରେ ମାମଲା

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ମନ୍ତବ୍ୟ ଦେବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡିଛି। ଏପରିକି ଏହାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଶୁକ୍ରବାର ଲାଞ୍ଜିଗଡ ପ୍ରେସ କ୍ଲବର ସଦସ୍ୟମାନେ ଏ ନେଇ ଲାଞ୍ଜିଗଡ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ହେଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ନିଜର ଦାୟିତ୍ୱ ନିର୍ବାହ କରୁଥିବାବେଳେ ସେମାନଙ୍କ ଉଦ୍ଦେଶ୍ୟରେ ଫେସବୁକରେ ଅତ୍ୟନ୍ତ ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ବିଶ୍ୱନାଥପୁର ଅଞ୍ଚଳର ଜଣେ ଅସାମାଜିକ ବ୍ୟକ୍ତି। ଏହାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ଏ ନେଇ ପ୍ରେସ କ୍ଲବର ସଦସ୍ୟମାନେ ଲାଞ୍ଜିଗଡ ଥାନାରେ ଏତଲା ଦେଇଛନ୍ତି । ଥାନାଧିକାରୀଙ୍କ ଅନୁପସ୍ଥିତିରେ ଏସଆଇ ଲିଙ୍ଗରାଜ ସେଠୀ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଏହି ଅବସରରେ ଲାଞ୍ଜିଗଡ ପ୍ରେସ କ୍ଲବର ଉପଦେଷ୍ଟା କୈଳାସ ସାହୁ, ହିମାଦ୍ରୀ ପେସନିଆ, ସଭାପତି ସୁଶୀଲ କୁମାର ବାଗ, ଉପସଭାପତି କ୍ଷମାନିଧି ମହାକୁଡ଼, ସାଧାରଣ ସମ୍ପାଦକ ଏମ. ଚନ୍ଦ୍ରଶେଖର, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ରମେଶ ଚନ୍ଦ୍ର ନାୟକ, ଧର୍ମେନ୍ଦ୍ର ପଣ୍ଡା, ପ୍ରଭୁରଞ୍ଜନ ସାମଲ, ଦିଲୀପ ବିଭାର, ଦେବାଶିଷ ରଞ୍ଜନ ବିଶି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories