www.samajalive.in
Sunday, December 7, 2025
14.1 C
Bhubaneswar

ଯୁବକଙ୍କର ଲାଗିଲା ୩.୫୫ ଲକ୍ଷ ଟଙ୍କା ଲଟେରୀ, କିନ୍ତୁ କଲେ ଆତ୍ମହତ୍ୟା, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ : ଅନଲାଇନ ଲଟେରୀରେ ୩.୫୫ ଲକ୍ଷ ଟଙ୍କା ଜିତିବା ପରେ ୨୪ ବର୍ଷୀୟ ଚା’ ବିକ୍ରେତାଙ୍କ ଖୁସି ଶୀଘ୍ର ନିରାଶାରେ ବଦଳି ଯାଇଥିଲା। ବୁଧବାର ବିଳମ୍ବିତ ରାତିରେ ଅମେଠୀରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟାର କାରଣ ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ୩ ଜଣ ସ୍ଥାନୀୟ ଲୋକ ତାଙ୍କର ଜରୁରୀ କାଗଜପତ୍ର ଜବତ କରି ୧ ଲକ୍ଷ ଟଙ୍କା ନଦେଲେ ତାଙ୍କୁ ଠକେଇ ମାମଲାରେ ଫସାଇବେ ବୋଲି ଧମକ ଦେଇଥିଲେ। ମୃତ ଯୁବକ ଜଣକ ରାକେଶ ବୋଲି ଜଣାପଡିଛି । ରାକେଶଙ୍କ ମାଆ ଶାନ୍ତି ଦେବୀ ଗୁରୁବାର ୪ ଜଣଙ୍କ ବିରୁଦ୍ଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଓ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅମେଠୀ ଏସପି କହିଛନ୍ତି, ଅଭିଯୁକ୍ତ ମାନେ ରାକେଶଙ୍କ ଆଧାର, ପ୍ୟାନ କାର୍ଡ, ମୋବାଇଲ ଫୋନ୍‌ ଜବତ କରି ତାଙ୍କ ଠାରୁ ୧.୬ ଲକ୍ଷ ଟଙ୍କା ମାଗିବା ସହ ମାରପିଟ୍‌ ମଧ୍ୟ କରିଥିଲେ।

ଦେଖନ୍ତୁ ଭିଡିଓ; ଉଡିଯିବ ହୋସ୍‌, କେମିତି ତିଆରି ହୁଏ ଏହି ଆମ୍ବ ଜୁସ୍‌..


ସେମାନେ ରାକେଶ ପରିଚୟ ପତ୍ର ବ୍ୟବହାର କରି ଲୋନ୍‌ କରିବା ପାଇଁ ଧମକ ମଧ୍ୟ ଦେଇଥିଲେ । ରାକେଶ ୫ ବର୍ଷ ପୂର୍ବରୁ ନିଜ ବାପା ଓ କିଛି ମାସ ପୂର୍ବରୁ ନିଜ ଭାଇକୁ ହରାଇଥିଲେ । ଏଭଳି ଧମକପୂର୍ଣ୍ଣ ଘଟଣା ମିଳିବା ପରେ ସେ ମାନସିକ ଚାପରେ ରହିବା ସହ ଆତ୍ମହତ୍ୟା କରିଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories