www.samajalive.in
Sunday, December 7, 2025
13.1 C
Bhubaneswar

ମୁମ୍ବାଇର ନୂଆ ରେକର୍ଡ଼: ଚୀନର ରାଜଧାନୀ ବେଜିଂକୁ ପଛରେ ପକାଇ ଅର୍ଜନ କଲା ଏହି ଖ୍ୟାତି

ମୁମ୍ବାଇ: ଭାରତର ରାଜଧାନୀ ତ ନୂଆଦିଲ୍ଲୀ। କିନ୍ତୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ କୁହାଯାଏ। ଇତି ମଧ୍ୟରେ ଏହି ମୁମ୍ବାଇ ସହର ଆଉ ଏକ ସୁଖ୍ୟାତି ଅର୍ଜନ କରିଛି। ଆଜ୍ଞା ହଁ, ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ଏସିଆର ‘ଅରବପତିଙ୍କ ରାଜଧାନୀ’ ପାଲଟିଛି। ହୁରୁନ ଇଣ୍ଡିଆ ଧନୀ ତାଲିକା ୨୦୨୪ ଅନୁସାରେ, ଚୀନର ରାଜଧାନୀ ବେଜିଂ ଅପେକ୍ଷା ମୁମ୍ବାଇରେ ଅଧିକ ଅରବପତି ଅଛନ୍ତି।

ଗୁରୁବାର ହୁରୁନ ଇଣ୍ଡିଆ ଧନୀ ତାଲିକା ୨୦୨୪ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଏସିଆର ୨୫% ଅରବପତିଙ୍କ ଘର ମୁମ୍ବାଇରେ। ଅର୍ଥାତ୍ ଏହି ସହର ହେଉଛି ଏସିଆର ଅରବପତିଙ୍କ ନୂଆ ରାଜଧାନୀ।​‌ ଏହି ସହର ଚୀନର ରାଜଧାନୀ ବେଜିଂକୁ ଏ ​‌କ୍ଷେତ୍ରରେ ପଛରେ ପକାଇ ଦେଇଛି। କେବଳ ଏତିକି ନୁହେଁ, ହୁରୁନ୍ ଇଣ୍ଡିଆ ଧନୀ ତାଲିକାରେ ସ୍ଥାନ ପାଇଥିବା ବ୍ୟକ୍ତିଙ୍କର ମୁମ୍ବାଇ ହେଉଛି ପ୍ରିୟ ସହର। ତାଲିକାରେ ଏହି ସହର ପରେ ନୂଆଦିଲ୍ଲୀ ଏବଂ ହାଇଦ୍ରାବାଦ ରହିଛି।

- Advertisement -

ମୁମ୍ବାଇରେ ବଢୁଛନ୍ତି ଅରବପତି:

ଚଳିତ ବର୍ଷର ତାଲିକା ଅନୁଯାୟୀ, ମୁମ୍ବାଇରେ ୫୮ ଜଣ ଅରବପତି ବ୍ୟକ୍ତିଙ୍କ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଛି। ସେଥିପାଇଁ ତ ଏହି ସହର ଅରବପତିଙ୍କ ରାଜଧାନୀ ପାଲଟିଛି। ଏହି ତାଲିକାରେ ଆହୁରି କୁହାଯାଇଛି ଯେ, ଅରବପତିଙ୍କ କ୍ଷେତ୍ରରେ ଭାରତ ଚୀନ୍‌କୁ ମଧ୍ୟ ପଛରେ ପକାଇ ଦେଇଛି। ଏହି ତାଲିକା ଅନୁଯାୟୀ, ସମୀକ୍ଷା ସମୟରେ ଭାରତରେ ୨୯ ପ୍ରତିଶତ ଅଧିକ ଅରବପତି ରେକର୍ଡ କରାଯାଇଥିବାବେଳେ ଚୀନରେ ଅରବପତିଙ୍କ ସଂଖ୍ୟା ୨୫ ପ୍ରତିଶତ ହ୍ରାସ ପାଇଛି।

ଏସିଆର ଧନ ସୃଷ୍ଟିକାରୀ ଇଞ୍ଜିନ୍:

ହୁରୁନ୍ ଇଣ୍ଡିଆର ପ୍ରତିଷ୍ଠାତା ତଥା ମୁଖ୍ୟ ଗବେଷକ ଅନସ ରହମାନ ଜୁନୈଦ କହିଛନ୍ତି ଯେ, ଏସିଆର ଧନ ସୃଷ୍ଟିକାରୀ ଇଞ୍ଜିନ୍ ଭାବରେ ଉଭା ହେଉଛି ଭାରତ। ସେ କହିଛନ୍ତି, ‘‘ଚୀନରେ ବିଲିୟନେଆରଙ୍କ ସଂଖ୍ୟା ୨୫% ହ୍ରାସ ପାଇଥିବାବେଳେ ଭାରତରେ ସେମାନଙ୍କ ସଂଖ୍ୟା ୨୯% ବୃଦ୍ଧି ପାଇଛି। ଏହା ସହ ଅରବପତିଙ୍କ ସଂଖ୍ୟା ୩୩୪ ରେକର୍ଡ ସଂଖ୍ୟାରେ ପହଞ୍ଚିଛି।’’

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories