Patra electronics

ଦେଖନ୍ତୁ ଭିଡିଓ; କାର୍‌ କି ପାଲିଙ୍କି ନୁହେଁ ରକେଟରେ ବିଦା ହେଲେ ବର-କନ୍ୟା..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ବିବାହ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥାଏ । ମାତ୍ର ନିକଟରେ ବିବାହ ସମୟର ଏକ ଭିନ୍ନ ଓ କୌତୁକିଆ ଭାଇରାଲ ହେଉଥିବା ଭିଡିଓ ଏବେ ଚର୍ଚ୍ଚାର କାରଣ ପାଲଟିଛି । ବିଦାୟ ସମୟର ଏହି ଭିଡିଓ ଦେଖିବାକୁ ସଭିଏଁ ପସନ୍ଦ କରୁଛନ୍ତି।

ଆଜି ଏକାଦଶୀରେ ହେଉଛି ଅତ୍ୟନ୍ତ ଶୁଭ ସଂଯୋଗ; ଏହି ୫ ରାଶିଙ୍କ ଚମକିବ ଭାଗ୍ୟ, ହେବ ବଡ ଲାଭ..

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିପାରିବେ, ଜଣେ କନ୍ୟା ଓ ତାଙ୍କ ବର ରକେଟରେ ବସି ଯାଉଛନ୍ତି । ଭିଡିଓଟି ଏବେ ସୋସିଆଲ ମିଡିଆରେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଆଶ୍ଚର୍ଯ୍ୟର କଥା ହେଉଛି, ବର-କନ୍ୟା ରକେଟରେ ବସିବା ପରେ ଜଣେ ବ୍ୟକ୍ତି ବାଣ ରକେଟରେ ନିଆଁ ଲଗାଇବା ଭଳି ନିଆଁ ଲଗାଉଛନ୍ତି । ଏହି ଭିଡିଓଟି ଏକ ଆନିମେସନ ଭିଡିଓ ଅଟେ ।
ସାଧାରଣତଃ ବିବାହ ପରେ ବିଦାୟ ସମୟରେ ବର-କନ୍ୟା କାର୍‌ କିମ୍ବା ପାଲିଙ୍କିରେ ଯାଇଥାଆନ୍ତି । ମାତ୍ର ଏଭଳି ରକେଟରେ ଯିବା ଦେଖି ଲୋକେ ଭିଡିଓକୁ ଖୁବ୍‌ ପସନ୍ଦ କରିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଭିଡିଓକୁ ୨୪ ଅଗଷ୍ଟରେ ଏକ୍ସରେ ଶେୟାର କରାଯାଇଛି।

ଦେଖନ୍ତୁ ଭିଡିଓ; ସାମ୍ନାରୁ ଆସୁଥିଲା ମାଲଗାଡି, ରେଳ ଧାରଣା ପାର୍‌ କରୁଥିଲେ ମହିଳା, ହେଲେ..

Comments are closed.