www.samajalive.in
Saturday, December 6, 2025
23.1 C
Bhubaneswar

ଧାନ ବିଲରେ ଥିବା ଗଭୀର ନଳକୂପକୁ ଭାଙ୍ଗିଲା ହାତୀ 

ସମ୍ବଲପୁର: ସମ୍ବଲପୁର ଜିଲାରେ ନିୟମିତ ବଣୁଆ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବହୁ ଦାବି ସତ୍ୱେ ଏହାକୁ ରୋକିବାରେ ସରକାର କିମ୍ବା ବନ ବିଭାଗ ବାରମ୍ବାର ବିଫଳ ହେଉଛନ୍ତି । ଏଭଳି ଏକ ଘଟଣାରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଯୁଯୁମୁରା ବ୍ଲକର ଡଙ୍ଗରପଡା ଅଞ୍ଚଳରେ ଚାଷୀ ନିରାକାର ବଡପଣ୍ଡାଙ୍କ ଧାନ ବିଲରେ ବଣୁଆ ହାତୀ ଉପଦ୍ରବ କରି ଜଳସେଚନ ପାଇଁ କରାଯାଇଥିବା ଗଭୀର ନଳକୂପ ଭାଙ୍ଗି ଦେଇଛି। ରାତିରେ ବଣୁଆ ହାତୀମାନେ ଗ୍ରାମକୁ ଆସି ଚାଷ ଜମିରେ ଉପଦ୍ରବ କରିବା ସହିତ ସେଠାରେ ଲାଗିଥିବା ଗଭୀର ନଳକୂପ, ପାଣି ପାଇପ ଆଦିକୁ ଭାଙ୍ଗି ରୁଜି ନଷ୍ଟ କରି ଦେଇଛନ୍ତି।

- Advertisement -

ଖବର ପାଇବା ପରେ ଘଟଣାସ୍ଥଳକୁ ଚାଷୀ ବଡପଣ୍ଡା ଯାଇ ସମସ୍ତ ଘଟଣା ଦେଖିବା ସହିତ ଏ ସମ୍ପର୍କରେ ପ୍ରଶାସନକୁ ଅଭିଯୋଗ କରିଛନ୍ତି। ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ଜାରି ରହିଥିବା ବେଳେ ଚାଷୀମାନେ ବେଶ କ୍ଷତିର ସମ୍ମୁଖୀନ ହେଉଥିବାରୁ ଏହାର ସ୍ଥାୟୀ ସମାଧାନ ଅଞ୍ଚଳବାସୀ ଦାବି କରୁଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories