www.samajalive.in
Sunday, December 7, 2025
14.1 C
Bhubaneswar

ତେଲିଆ ମୁହଁ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପାୟ

ବହୁ ଲୋକଙ୍କ ମୁହଁ ଅଧିକ ତେଲିଆ ଲାଗିଥାଏ। ଏହା ସେମାନଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ଯେଉଁମାନଙ୍କରେ ମୁହଁ ଅଧିକ ତେଲିଆ,ସେମାନଙ୍କର ବ୍ରଣ, ବିଭିନ୍ନ ଦାଗ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ତେଲିଆ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବହୁ ଲୋକେ ବଜାରରେ ମିଳୁଥିବା ବିଭିନ୍ନ କ୍ରିମ ଭଳି ଭିନ୍ନ ଭିନ୍ନ ଦ୍ରବ୍ୟର ବ୍ୟବହାର କରିଥାଆନ୍ତି। ମାତ୍ର ଏହାକୁ ବ୍ୟବହାର କରିବା ଦ୍ୱାରା ମୁହଁ ପାଇଁ ବହୁ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଜାଣନ୍ତୁ କେତୋଟି ଘରୋଇ ଉପାୟ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇବାର ସହଜ ଉପାୟ ବିଷୟରେ ….
ଟମାଟୋ, ମୁଲତାନି ମାଟି ଓ ଚନ୍ଦନ –
ଏକ ପାତ୍ରରେ ଟମାଟୋ ରସ, ମୁଲତାନି ମାଟି ଓ ଚନ୍ଦନ ପାଉଡ଼ର ମିଶାଇ ଦିଅନ୍ତୁ। ଏବେ ଏହାକୁ ମୁହଁରେ ଲଗାଇ ୫ ରୁ ୧୦ ମିନିଟ ରଖନ୍ତୁ। ଏହା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ନିୟମିତ ଏହାକୁ ସପ୍ତାହକୁ ଥରେ କିମ୍ବା ୨ ଥର ଲଗାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିବ।
ଚନ୍ଦନ, କମଳା, ଗୋଲାପ ଜଳ –
ଏକ ପାତ୍ରରେ ଚନ୍ଦନ ପାଉଡ଼ର, କମଳା ଚୋପାର ଗୁଣ୍ଡ, ଗୋଲାପ ଜଳ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇବା ପରେ ଏହାକୁ ୧୫ ରୁ ୨୦ ମିନିଟ ରଖନ୍ତୁ। ଏହା ପରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ସପ୍ତାହକୁ ୨ଥର ଲଗାଇଲେ ବହୁ ଉପକାର ମିଳିଥାଏ।
ହଳଦୀ ଗୁଣ୍ଡ, ମୁଲତାନି ମାଟି ଓ ଚନ୍ଦନ –
ହଳଦୀ ଗୁଣ୍ଡ, ମୁଲତାନି ମାଟି ଓ ଚନ୍ଦନ ଏହାକୁ ଏକ ପାତ୍ରରେ ମିଶାଇ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଲଗାଇବାର କିଛି ସମୟ ପରେ ଏହାକୁ ମୁହଁ ଧୋଇ ଦିଅନ୍ତୁ। ଏହା ମଧ୍ୟ ମୁହଁର ତେଲିଆ ସମସ୍ୟାକୁ ଦୂର କରିଥାଏ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories