www.samajalive.in
Tuesday, December 9, 2025
16.1 C
Bhubaneswar

ଅଖରୋଟ ଖାଇବା ଶରୀର ପାଇଁ ଲାଭଦାୟକ

ଅଖରୋଟ (ୱାଲନଟ) ଶରୀର ପାଇଁ ଲାଭଦାୟକ। ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭକାରୀ ଅଟେ। ଅଖରୋଟରେ ଅନେକ ପୋଷକ ତତ୍ତ୍ବ ରହିଛି। ଏହାସହ ଅଖରୋଟରେ ଓମେଗା-୩, ଫ୍ୟାଟି ଏସିଡ, ସେଲିନିୟମ, ଆଇରନ, ଜିଙ୍କ, ଭିଟାମିନ, କ୍ୟାଲସିୟମ ରହିଛି। ଏହି ସମସ୍ତ ପୋଷକ ତତ୍ତ୍ବ ଶରୀରରେ ଶର୍କରାର ମାତ୍ରାକୁ ନିୟନ୍ତ୍ରିତ କରି ରଖିଥାଏ।

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ମଧୁମେହ ଟାଇପ-୨ ହୋଇଥିଲେ ଅଖରୋଟ ଖାଇବା ଦ୍ବାରା ଲାଭ ମିଳିଥାଏ। ମଧୁମେହରେ ପୀଡିତ ଥିବା ବ୍ୟକ୍ତି ପ୍ରତିଦିନ ଅଖରୋଟ ଖାଇବା ଦ୍ବାରା ଉପଶମ ମିଳିଥାଏ। ଏହା ଶରୀରରେ ରକ୍ତ ଧମନୀକୁ ପ୍ରଭାବିତ କରିଥାଏ। ମଧୁମେହ ରୋଗୀଙ୍କ ଶରୀରରେ ଇନସୁଲିନର ମାତ୍ରାକୁ ମଧ୍ୟ ନିୟନ୍ତ୍ରିତ କରିଥାଏ।

- Advertisement -

ଆସନ୍ତୁ ଜାଣିବା ଅଖରୋଟ ଖାଇବା ଦ୍ବାରା ଶରୀରକୁ କ’ଣ ଲାଭ ମିଳିଥାଏ ..

ହାଡ ଶକ୍ତ ହୋଇଥାଏ :

ଅଖରୋଟରେ କ୍ୟାଲସିୟମ ଓ ଉତ୍ତମ ଫ୍ୟାଟି ଏସିଡ ରହିଛି। ଏହା ଖାଇବା ଦ୍ବାରା ହାଡ ଶକ୍ତ ହୋଇଥାଏ। ଏହାସହ ମାଂସପେଶୀୟକୁ ଶକ୍ତି ମିଳିଥାଏ।

ମୁହଁ ପାଇଁ :

ଅଖରୋଟରେ ଭିଟାମିନ-ଇ ଓ ଫୋଲେଟ ରହିଛି। ଏହା ମୁହଁର ଦାଗ ଦୂର କରିଥାଏ। ଏହାଦ୍ବାରା ମୁହଁରେ ଚମକ ଆସିବା ସହ ଦାଗ ହୋଇନଥାଏ।

ସୁସ୍ଥ ହୃଦୟ ପାଇଁ :

ଅଖରୋଟରେ ଉତ୍ତମ ଫ୍ୟାଟ ଓ ଓମେଗା-୩, ଫ୍ୟାଟି ଏସିଡ ରହିଛି। ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ। ପ୍ରତିଦିନ ୨୫ଗ୍ରାମ ଅଖରୋଟ ଖାଇବା ଦ୍ବାରା ହୃଦୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories