ହରଭଙ୍ଗା :ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଆଡ଼େନିଗଡ଼ ଗ୍ରାମର ପ୍ରତାପ ସାହୁଙ୍କ ଘର ସମ୍ମୁଖରୁ ଗତ ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ତାଙ୍କ ବାଇକ ଚୋରି କରିଥିବା ନେଇ ସେ ପୁରୁଣାକଟକ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁସାରେ ଗତକାଲି ରାତିରେ ତାଙ୍କ ଗ୍ଲାମର ବାଇକଟିକୁ ଘର ସମ୍ମୁଖରେ ରଖିଥିଲେ। ସକାଳେ ଦେଖିଲା ବେଳକୁ ଘର ସମ୍ମୁଖରୁ ଗାଡି ଚୋରି ହୋଇ ଯାଇଥିବା ଜଣାପଡିଥିଲା।
Popular Categories



