ସାପ କାମୁଡାରେ ଭଉଣୀ ମୃତ, ଭାଇ ଗୁରୁତର

ବାଲୁଗାଁ : ସାପ କାମୁଡାରେ ଭଉଣୀର ମୃତ୍ୟୁ ହୋଇଥିବାବେଳେ ଭାଇ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି । ଶିଙ୍ଗେଶ୍ବର ଗାଁରେ ଘଟିଛି ଏମିତି ଘଟଣା । ଶୋଇଥିବାବେଳେ ଏକ ବିଷଧର ସାପ ଭାଇ ଭଉଣୀଙ୍କୁ କାମୁଡି ଦେଇଥିଲା । ତୁରନ୍ତ ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ୧୦ ବର୍ଷୀୟା ନାବାଳିକାର ମୃତ୍ୟୁ ହୋଇଥିବାବେଳେ ବାଳକର ଚିକିତ୍ସା ଚାଲିଛି ।

Comments are closed.