www.samajalive.in
Saturday, December 6, 2025
26.1 C
Bhubaneswar

କାର୍ ଥୋଇବାକୁ ନେଇ ମାରପିଟ୍, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଗାଡି ପାର୍କିଂକୁ ନେଇ ଯୁକ୍ତି ତର୍କ ଓ ଶେଷରେ ମାରପିଟ୍ ଘଟଣା ସାମାଜିକ ଗଣମାଧ୍ୟମରେ ଏବେ ଭାଇରାଲ ହେଉଛି  । ନୋଏଡା ସେକ୍ଟର ୭୨ର ବି ବ୍ଲକରେ କାର୍ ପାର୍କିଂ କରିବାକୁ ନେଇ ୨ ପକ୍ଷଙ୍କ ମଧ୍ୟରେ ଘଟିଛି ଏମିତି ମାରପିଟ୍ । ଶେଷରେ ବଡ ଠେଙ୍ଗା ଧରି ଉଭୟ ପକ୍ଷ ପରସ୍ପରର ଗାଡି ଭଙ୍ଗାରୁଜା କରିଥିଲେ । ପୁଲିସ ଆସିବା ପରେ ମଧ୍ୟ କେହି ଥମିନଥିଲେ ।

- Advertisement -

ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । କାର୍ ପାର୍କିଂ କରିବାକୁ ନେଇ ୨ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଶେଷରେ ମାରପିଟ୍ ହୋଇଥିଲା । ଭାଇରାଲ ଭିଡିଓରେ କିଛି ଯୁବକ କ୍ରିକେଟ ବ୍ୟାଟ୍ ଧରି ଏକ ନାଲି କାରର କାଚ ଭାଙ୍ଗୁଥିବା ନଜର ଆସୁଛି । କିନ୍ତୁ ସ୍ତ୍ରୀ ଲୋକ ସେମାନଙ୍କୁ ମନା କରୁଥିବା ସତ୍ତ୍ବେ ସେମାନେ ଅଟକୁନାହାଁନ୍ତି । ଅନ୍ୟପଟେ ନୋଏଡା ପୁଲିସ ଖବର ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳକୁ ଆସିଥିଲା । କିନ୍ତୁ କେହି ବି ଥମିନଥିଲେ । ବରଂ ପୁଲିସ ଆଗରେ ପରସ୍ପରର ଗାଡି କାଚ ଠେଙ୍ଗାରେ ପିଟି ଭାଙ୍ଗିଥିଲେ । ତେବେ ନୋଏଡା ପୁଲିସ ଏନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦେଇଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories