www.samajalive.in
Thursday, December 11, 2025
16.1 C
Bhubaneswar

୮ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଓଡିଶା ରାଜସ୍ୱ ଅମଲା ସଂଘ

କେନ୍ଦୁଝରଗଡ: ଓଡିଶା ରାଜସ୍ୱ ଅମଲା ସଂଘ ରାଜ୍ୟ ସଭାପତି ଲୋକେଶ୍ୱର ସାହୁ, କାର୍ଯ୍ୟକାରୀ ସଭାପତି ରଶ୍ମୀରଞ୍ଜନ ମହାନ୍ତି ଓ ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱ ବାସଭବନରେ ସାକ୍ଷାତ ଆଲୋଚନା କାଳରେ ଦୀର୍ଘବର୍ଷର ଦାବି ପୁରଣ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ବିଶେଷକରି ଜିଲାସ୍ତରୀୟ ରାଜସ୍ୱ ଅମଲା ମାନଙ୍କୁ ପୃଥକ କ୍ୟାଡରଭୁକ୍ତ କରାଯାଇଥିଲେ ହେଁ ଏହାର ପୁର୍ନବିନ୍ୟାସ କରାଯାଇ ଅଧିନିୟମ ଓ ନିୟମାବଳୀ ଏପର୍ଯ୍ୟନ୍ତ ପ୍ରକାଶ ନକରିବା, ପଦୋନ୍ନତି ପାଇ ବୟସ ସୀମା ୬ବର୍ଷ ପରିବର୍ତ୍ତେ ୪ବର୍ଷକୁ ହ୍ରାସ, ଅନୁକମ୍ପାଭିତ୍ତିକ ନିଯୁକ୍ତି ନିୟମକୁ ପ୍ରତ୍ୟାହାର କରାଯାଇ୧୯୯୦ ମସିହାରେ ପ୍ରଚଳିତ ନିୟମକୁ ପୁନଃ ପ୍ରଚଳନ, ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ କରିବା, ଓଡିଶା ରାଜସ୍ୱ ସେବା ପଦବୀ ଗୁଡିକୁ ଶତପ୍ରତିଶତ ଜିଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ବିଭାଗର ତୃତୀୟଶ୍ରେଣୀ କର୍ମଚାରୀଙ୍କ ପାଇଁ ସଂରକ୍ଷିତ ରଖିବା ଆଦି ୮ଦଫା ସମ୍ବଳିତ ଦାବିପତ୍ର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ପ୍ରଦାନ କରିଥିଲେ।

- Advertisement -

ସଂଘ ପକ୍ଷରୁ ଆଗତ ଦାବି ଗୁଡିକ କିଭଳି ପୁରଣ କରାଯାଇ ପାରିବ ସେ ଦିଗରେ ସେ ଧ୍ୟାନ ଦେବେ ବୋଲି ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଂଘ ନେତାଗଣଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଥିବା ଓଡିଶା ରାଜସ୍ୱ ଅମଲା ସଂଘ କେନ୍ଦୁଝର ଜିଲା ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର, ସାଧାରଣ ସମ୍ପାଦକ ପ୍ରଭାତେନ୍ଦୁ ନାଏକ, ଉପଦେଷ୍ଟା ଭୁବନେଶ୍ୱର ମହାପାତ୍ର, କାର୍ଯ୍ୟକାରୀ ସଭାପତି ସଚ୍ଚିନ ପଣ୍ଡା, ରାଜ୍ୟ ପରିଷଦ ସଦସ୍ୟ ସନ୍ତୋଷ କୁମାର ରଣା, ଗୌରାଙ୍ଗ ଚରଣ ଜେନା, କଟକ ଜିଲା ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ପାଣି, ରାଜ୍ୟ କାର୍ଯ୍ୟକାରୀ ପରିଷଦ ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ, ମୟୁରଭଞ୍ଜ ଜିଲା ଉପଦେଷ୍ଟା ଅସିତ କୁମାର ମହାକୁଡ ଓ ଢ଼େଙ୍କାନାଳ ଜିଲା ସଭାପତି ବିଭୁ ପଟ୍ଟନାୟକ ପ୍ରମୁଖ ଏକ ପ୍ରେସ୍‌‌ ବିବୃତ୍ତିରେ ଏହା ଜଣାଇଛନ୍ତି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories