www.samajalive.in
Saturday, December 13, 2025
17.1 C
Bhubaneswar

ଧୋଇଗଲା ଲକ୍ଷାଧିକ ଟଙ୍କାରେ ନିର୍ମିତ ପୋଲ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସି ୱାର୍ଡ ନଂ. ୪ରେ ଅତାବିରା ସହ ଖାଦ୍ୟ ନିଗମ ତଥା ପାହାରଶ୍ରୀଗିଡାକୁ ସଂଯୋଗ କରୁଥିବା ଏକ ଛୋଟିଆ ନାଳ ଉପରେ ନିର୍ମିତ ପୋଲ ବର୍ଷାରେ ଧୋଇଯାଇଛି। ନିର୍ମାଣର ବର୍ଷେ ପୂରଣ ହୋଇ ନ ଥିବାବେଳେ ପୋଲଟି ଧୋଇଯିବାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସ୍ଥାନୀୟ ଏକ୍ସଚେଞ୍ଜ ଛକ ରାସ୍ତା ବଦଳରେ ଏହି ପୋଲ ରାସ୍ତା ଦେଇ ପାହାରଶ୍ରୀଗିଡ଼ା ଗଲେ ୧ କିମି ରାସ୍ତା କମ୍‌ ପଡ଼ିଥାଏ। ତେଣୁ ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଲୋକ, ଛାତ୍ର ଛାତ୍ରୀ, ବ୍ୟବସାୟୀ ଯିବା ଆସିବା କରିଥାନ୍ତି। ପୂର୍ବରୁ ନାଳ ଉପରେ କୌଣସି ପୋଲ ନ ଥିଲା। ବର୍ଷାଦିନେ ଏହି ରାସ୍ତା ଦେଇ ଯିବା ଆସିବା ସମ୍ଭବ ହେଉ ନ ଥିଲା । ଅନ୍ୟ ଦିନରେ ଲୋକେ  ନାଳା ପାରିହୋଇ ଯିବା ଆସିବା କରୁଥିଲେ। ତେଣୁ ୱାର୍ଡର ବାସିନ୍ଦାମାନେ ଏହି  ନାଳ  ଉପରେ ପୋଲ ନିର୍ମାଣ ପାଇଁ ଦାବି କରିଥିଲେ। ଫଳରେ ଏଠାରେ  ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ଛୋଟିଆ ପୋଲ  (ସିମେଣ୍ଟ ନଳ ଉପରେ କଂକ୍ରିଟ) ନିର୍ମାଣ କରାଯାଇଥିଲା। ମାତ୍ର ଗୋଟିଏ ବର୍ଷ ନ ପୂରୁଣୁ ପ୍ରଥମ ବର୍ଷାରେ ଏହି ପୋଲରେ ଖାଇ ସୃଷ୍ଟି ହୋଇଥିଲା। ଫଳରେ ସେଠାରେ ମାଟି ଦେଇ ମରାମତି କରାଯାଇଥିଲା । କିନ୍ତୁ ତାହା ଏବେ ଲଗାଣ ବର୍ଷାରେ ଧୋଇଯାଇଛି। ରାସ୍ତା ସଂକୀର୍ଣ୍ଣ ହୋଇ ଲୋକଙ୍କ ପାଇଁ  ବିପଦ ସୃଷ୍ଟି କରିଛି। ୨୦ ଫୁଟ ପୋଲରୁ ଏବେ ମାତ୍ର ୨ ଫୁଟ ରହିଛି। ତଥାପି ଲୋକେ  ଦୁଇ ଚକିଆ ଯାନରେ ଏହି ବିପଦସଙ୍କୁଳ ରାସ୍ତାରେ ଯିବା ଆସିବା କରୁଛନ୍ତି। ତଥାପି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ଏହା ବ୍ୟତୀତ ପୋଲଟି ଏତେ ଖାଲୁଆ ହୋଇଛି ଯେ  ଅସରାଏ ବର୍ଷା ହେଲେ ପୋଲ ଉପର ଦେଇ ପାଣି ଆସୁଛି। ତେଣୁ ଏଠାରେ ଉଚ୍ଚ ଓ ଉନ୍ନତ ମାନର ପୋଲ ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories