କେମିତି କଟିବ ଏହି ସପ୍ତାହ: ସାପ୍ତାହିକ ରାଶିଫଳ
ମେଷ: ରବିବାର ସମସ୍ୟା ମଧ୍ୟଦେଇ ଗତି କରିବେ। ସୋମବାର ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ଆନନ୍ଦ ଲାଭ କରିବେ। ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ବୁଧବାର ଓ ଗୁରୁବାର ଯାନବାହନ ଜନିତ ସମସ୍ୟା ଦେଖାଦେବ। ଶତ୍ରୁ ଦ୍ବାରା ପରାଭୂତ ହେବେ। ଶୁକ୍ରବାର ଓ ଶନିବାର କର୍ମ ଅନୁରୂପ ଫଳ ପ୍ରାପ୍ତି ହେବ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ବୃଷ: ରବିବାର ଭ୍ରମଣପ୍ରିୟ ହେବେ। ନୂତନ କର୍ମ ସଂସ୍ଥାନ ପ୍ରାପ୍ତ ହେବ। ସୋମବାର ଓ ମଙ୍ଗଳବାର ଆର୍ଥିକ ସମସ୍ୟା ଦେଇ ଗତି କରିବେ। ପାରିବାରିକ ଅଶାନ୍ତି ଦେଖାଦେଇପାରେ। ବୁଧବାର ଓ ଗୁରୁବାର ଶ୍ରୀଯୁକ୍ତ ହେବେ। ପିଲାଙ୍କ କ୍ୟାରିୟର ପ୍ରତି ଯତ୍ନଶୀଳ ହେବେ। ଶୁକ୍ରବାର ଓ ଶନିବାର ଅଯଥା ଖର୍ଚ୍ଚାନ୍ତର ଶିକାର ହେବେ। ମହିଳା ଓ ବିଦ୍ୟାର୍ଥୀ ଶାନ୍ତିଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ଓ ଜଳ ଅର୍ପଣ କରନ୍ତୁ।
ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ବୁଧବାର ଓ ଗୁରୁବାର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ବିବଦମାନ ପରିସ୍ଥିତିର ସମ୍ମୁଖୀନ ହେବେ। ଶୁକ୍ରବାର ଓ ଶନିବାର ଠିକ୍ ସମୟରେ କାର୍ଯ୍ୟ ସମାପନ କରି ପ୍ରଶଂସିତ ହେବେ। ସ୍ତ୍ରୀ ହେତୁକ ଧନ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଭାଗ୍ୟବାଦୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ।
କର୍କଟ:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପରିଶ୍ରମଜନିତ ଫଳପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ଆର୍ଥିକ ଅବସ୍ଥା ସୁଦୃଢ଼ ହେବ। ଦୂରଦେଶରୁ ସୁସମ୍ବାଦ ପ୍ରାପ୍ତିହେବ। ବୁଧବାର ଓ ଗୁରୁବାର ଆର୍ଥିକ ଅବସ୍ଥା ସୁଦୃଢ଼ ହେବ। ଶୁକ୍ରବାର ଓ ଶନିବାର ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟିତ ହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଭୁବନେଶ୍ବରୀଙ୍କ ମନ୍ତ୍ର ପାଠ କରନ୍ତୁ।
ସିଂହ: ରବିବାର ଭାବିଥିବା କଥାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ। ଅସୁବିଧାରେ ପଡ଼ିପାରନ୍ତି। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଆର୍ଥିକ ପ୍ରଗତି ହେବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ହେବ। ଉପରିସ୍ଥ ଅଧିକାରୀଙ୍କ ଦ୍ବାରା ପ୍ରଶଂସିତ ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
କନ୍ୟା:ରବିବାର ନିଜର କୃତିତ୍ବ ପାଇଁ ପୁରସ୍କୃତ ହେବେ। ଯାନବାହନ ସୌଖ୍ୟପ୍ରାପ୍ତ ହେବ। ସୋମବାର ଓ ମଙ୍ଗଳବାର ଚକ୍ଷୁରେ ସମସ୍ୟା ଦେଖାଦେବ। ବୁଧବାର ଓ ଗୁରୁବାର ଭ୍ରାତୃ ବିବାଦ ଦେଖାଦେବ। ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ବନ୍ଧୁଙ୍କ ସହଯୋଗ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଲଳିତା ସହସ୍ରନାମ ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ନୂତନ ନିଯୁକ୍ତି ପାଇ ପାରନ୍ତି। ମଙ୍ଗଳବାର ଓ ବୁଧବାର ସମୟର ସଦୁପଯୋଗ କରିବେ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ଦକ୍ଷତା ଯୁକ୍ତ ହେବେ। ଦୂରଦେଶକୁ ପରିଭ୍ରମଣର ଯୋଗ ରହିଛି। ମହିଳା ଓ ବିଦ୍ୟାର୍ଥୀ ପରମ୍ପରାବାଦୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଶିବଙ୍କ ସ୍ତୋତ୍ର ପାଠ କରନ୍ତୁ।
ବିଛା: ରବିବାର ଓ ସୋମବାର ମାନସିକ ଅବସାଦ ଦେଖାଦେବ। ସନ୍ତାନଙ୍କୁ ନେଇ ଚିନ୍ତାରେ ପଡ଼ିବେ। ମଙ୍ଗଳବାର ଓ ବୁଧବାର ସମସ୍ୟା ସମାଧାନ ପାଇଁ ପ୍ରୟାସ କରିବେ। ମାଲିମକଦ୍ଦମାରେ ବିଜୟୀ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ବ୍ୟବସାୟରେ ଲାଭବାନ ହେବେ। ପୈତୃକ ସମ୍ପତ୍ତି ପ୍ରାପ୍ତ ହେବ। ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ମାନବବାଦୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର କାର୍ଯ୍ୟଦକ୍ଷତା ବୃଦ୍ଧି ହେବ। ଶତ୍ରୁ ପରାସ୍ତ ହେବେ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବା ବାଞ୍ଛନୀୟ ନଚେତ୍ ଅସୁବିଧାରେ ପଡ଼ିବେ। ଗୁରୁବାର ଓ ଶୁକ୍ରବାର ଧୈର୍ଯ୍ୟବାନ ହେବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଶନିବାର ନୂତନ ଚିନ୍ତାଧାରା ଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ବିଷାଦଗ୍ରସ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ଦୁର୍ଗାଙ୍କ ସହସ୍ର ନାମ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ବିଶ୍ବାସଘାତକତାର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ମଙ୍ଗଳବାର ଓ ବୁଧବାର ସୁସମ୍ବାଦ ପ୍ରାପ୍ତ ହେବ। ବନ୍ଧୁବାନ୍ଧବଙ୍କ ଗହଣରେ ସମୟ ଅତିବାହିତ ହେବ। ଗୁରୁବାର ଓ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଯାତ୍ରା ସ୍ଥଗିତ ରଖିବା ଆବଶ୍ୟକ। ଶନିବାର ଆୟ ଓ ବ୍ୟୟ ସମାନ ରହିବ। ମହିଳା ଓ ବିଦ୍ୟାର୍ଥୀ ପରୋପକାରୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ। ପାରିବାରିକ ଶାନ୍ତି ଦେଖାଦେବ। ମଙ୍ଗଳବାର ଓ ବୁଧବାର ଯାନବାହନ ଜନିତ ତ୍ରୁଟି ଦେଖାଦେବ। ବ୍ୟୟ ଅଧିକ ହେବ। ଗୁରୁବାର ଓ ଶୁକ୍ରବାର କ୍ରିୟାଶୀଳ ହେବେ। ମାଲିମକଦ୍ଦମାରେ ବିଜୟୀ ହେବେ। ଶନିବାର ଅଟକିଥିବା କାର୍ଯ୍ୟ ସମାପନ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ଦକ୍ଷିଣକାଳୀଙ୍କ ମନ୍ତ୍ର ପାଠ କରନ୍ତୁ।
ମୀନ: ରବିବାର ଓ ସୋମବାର ଅଧିକ ଆତ୍ମବିଶ୍ବାସ ଆପଣଙ୍କୁ ଅସୁବିଧାରେ ପକାଇବ। ପାରିବାରିକ ଅଶାନ୍ତି ଓ ଦାମ୍ପତ୍ୟରେ କଳହ ଦେଖାଦେବ। ମଙ୍ଗଳବାର ଓ ବୁଧବାର ସଫଳତା ପ୍ରାପ୍ତ କରିବେ। ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ।
Comments are closed.