www.samajalive.in
Sunday, December 14, 2025
26.1 C
Bhubaneswar

ଆସାମ ଗଣଦୁଷ୍କର୍ମ ମାମଲା: ପୁଲିସ ହେପାଜତରୁ ଖସି ପୋଖରୀକୁ ଡେଇଁଲା ଅଭିଯୁକ୍ତ, ମୃତଦେହ ଉଦ୍ଧାର

ସମାଜ ଡିଜିଟାଲ ଡେସ୍କ: ଆସାମ ନାବାଳିକା ଗଣଦୁଷ୍କର୍ମ ମାମଲାର ଜଣେ ଅଭିଯୁକ୍ତର ମୃତ୍ୟୁ ଘଟିଛି। ପୁଲିସ ହେପାଜତରୁ ଖସିଯିବାକୁ ଉଦ୍ୟମ କରି ଜଣେ ଅଭିଯୁକ୍ତ ଏକ ପୋଖରୀକୁ ଡେଇଁପଡ଼ିବା ଫଳରେ ପାଣିରେ ବୁଡ଼ି ତା’ର ମୃତ୍ୟୁ ହୋଇଛି।

ନିକଟରେ  ଜଣେ ୧୪ ବର୍ଷୀୟ ନାବାଳିକା ଟ୍ୟୁସନରୁ ସାଇକେଲ ଯୋଗେ ଘରକୁ ଫେରୁଥିବାବେଳେ ନାଗାଓଁ ଜିଲାର ଧିଙ୍ଗ ଅଞ୍ଚଳରେ ୩ ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦ କରାଯାଇଥିଲା। ଆସାମର ମୂଳ ବାସିନ୍ଦାଙ୍କ ପ୍ରତି ଏହା ଆକ୍ରମଣ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା କହିବା ସହିତ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡଦେବାକୁ ଦାବି ହୋଇଥିଲା। ଶୁକ୍ରବାର ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

- Advertisement -

ଶନିବାର ଭୋର ପ୍ରାୟ ୩ଟା ୩୦ରେ ପୁଲିସ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳକୁ ଯାଇଥିଲା। ଘଟଣାର ରିକ୍ରିଏସନ ଲାଗି ପୁଲିସ ଅଭିଯୁକ୍ତଙ୍କୁ ନେଇ ଯାଇଥିଲା। ହେଲେ ଜଣେ ଅଭିଯୁକ୍ତ ପୁଲିସ ହେପାଜତରୁ ଖସି ଦୌଡ଼ି ପଳାଇବା ସହିତ ନିକଟରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲା। ପୁଲିସ ପକ୍ଷରୁ ପୋଖରୀରେ ଖୋଜାଖୋଜି କରାଯାଇଥିଲା। ପ୍ରାୟ ୨ ଘଣ୍ଟା ପରେ ଅଭିଯୁକ୍ତର ମୃତଦେହ ମିଳିଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories