www.samajalive.in
Sunday, December 7, 2025
26.1 C
Bhubaneswar

ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ପ୍ରତ୍ୟେକ ଅପରାଧ ଏସସି/ଏସଟି ଆଇନ ପରିସରଭୁକ୍ତ ହେବନାହିଁ: ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ଅନୁସୂଚିତ ଜାତି(ଏସସି) ଏବଂ ଅନୁସୂଚିତ ଜନଜାତି(ଏସଟି)ଙ୍କ ବିରୋଧରେ କେଉଁ ଅପରାଧ କ୍ଷେତ୍ରରେ ଏସସି/ଏସଟି ଆଇନ ଲାଗୁ ହେବ ତାହା ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ଯଦି କୌଣସି ବ୍ୟକ୍ତି ଏହି ସମ୍ପ୍ରଦାୟର ଲୋକଙ୍କୁ ସେମାନଙ୍କ ଜାତି, ସମ୍ପ୍ରଦାୟ ଏବଂ ଅସ୍ପୃଶ୍ୟତାକୁ ଆଧାର କରି ଅପମାନିତ କରିନାହାନ୍ତି, ତେବେ ସେ କ୍ଷେତ୍ରରେ କଠୋର ଏସସି/ଏସଟି ଆଇନ ଲାଗୁ ହୋଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଜାରି କରିଛନ୍ତି।

ବିଚାରପତି ଜେ.ବି. ପାର୍ଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାଲାୟାଲମ ନ୍ୟୁଜ ଚ୍ୟାନେଲର ସମ୍ପାଦକ ଶାଜନ ସ୍କାରିଆଙ୍କୁ ଏକ ମାମଲାରେ ଆଗୁଆ ଜାମିନ ପ୍ରଦାନ କରିବା ଅବସରରେ ଏହା କହିଛନ୍ତି। ଶାଜନ ଅନୁସୂଚିତ ଜାତି ବର୍ଗର ସିପିଏମ ବିଧାୟକ ପି.ଭି. ଶ୍ରୀନିଜନଙ୍କୁ ‘ମାଫିଆ ଡନ୍‌’ କହିବାରୁ ତାଙ୍କ ନାମରେ ଏସସି/ଏସଟି ଆଇନ ବଳରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ତଳ କୋର୍ଟ ଏବଂ କେରଳ ହାଇକୋର୍ଟ ଶାଜନଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏସସି/ଏସଟି ସମ୍ପ୍ରଦାୟର ଲୋକଙ୍କ ପ୍ରତି କରାଯାଇଥିବା ପ୍ରତ୍ୟେକ ଉଦ୍ଦେଶ୍ୟମୂଳକ ଅପମାନଗୁଡ଼ିକୁ ଜାତିଭିତ୍ତିକ ଅପମାନ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories