www.samajalive.in
Wednesday, December 10, 2025
18.1 C
Bhubaneswar

‘ମର୍ଦାନି ୩’ ; ପୁଣି ଥରେ ଶିବାନୀ ଶିବାଜୀ ରୟଙ୍କ ଭୂମିକାରେ ନଜର ଆସିବେ ରାଣୀ, ସାମ୍ନାକୁ ଆସିଲା ପ୍ରଥମ ଝଲକ୍‌..

ମୁମ୍ବାଇ : ଖୁବ୍‌ ଶୀଘ୍ର ଆସୁଛି ‘ମର୍ଦାନି ଫିଲ୍ମର ୩ ସିରିଜ୍‌ । ପୁଣି ଥରେ ଶିବାନୀ ଶିବାଜୀ ରୟଙ୍କ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ। ୟଶରାଜ ଫିଲ୍ମସ୍ ଏନେଇ ଘୋଷଣା କରିଛି । ଅଗଷ୍ଟ ୨୨ରେ ଏହି ଫିଲ୍ମ ୧୦ ବର୍ଷ ପୂରଣ କରିଛି। ରାଣୀ ମୁଖାର୍ଜୀ ପୁଣି ଥରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ସିନିୟର ଇନ୍ସପେକ୍ଟର ଶିବାନୀ ଶିବାଜୀ ରୟଙ୍କ ଭୂମିକାରେ ନଜର ଆସିବେ। ଏହି ଅବସରରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ‘ମର୍ଦାନି’ ହିନ୍ଦୀ ସିନେମାର ସବୁଠାରୁ ସଫଳ ମହିଳା ନେତୃତ୍ୱାଧୀନ ଫ୍ରାଞ୍ଚାଇଜ୍ ଏବଂ ଲୋକପ୍ରିୟ ଚଳଚ୍ଚିତ୍ର ଅଟେ । କମ୍ପାନୀ ଏହାର ପରବର୍ତ୍ତୀ ଅଧ୍ୟାୟର ଝଲକକୁ ଶେୟାର କରିଛି । ୨୦୧୪ରେ ‘ମର୍ଦାନି’ର ପ୍ରଥମ ଭାଗ ରିଲିଜ୍ ହୋଇଥିଲା ଏବଂ ଏହାର ସିକ୍ୱେଲ୍ ମଧ୍ୟ ୨୦୧୯ରେ ଆସିଥିଲା । ଉଭୟ ଚଳଚ୍ଚିତ୍ର ବକ୍ସ ଅଫିସରେ ଜବରଦସ୍ତ ଧମାକା କରିଥିଲା। ଚଳଚ୍ଚିତ୍ର ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା।

ଏହି ଫିଲ୍ମରେ ରାଣୀ ମୁଖାର୍ଜୀ ଶିବାନୀ ଶିବାଜୀ ରୟଙ୍କ ଭୂମିକାରେ ଅଭିନୟ କରଛନ୍ତି, ଜଣେ ନିର୍ଭୀକ ଏବଂ ସାହସୀ ପୁଲିସ ଭୂମିକାରେ ନଜର ଆସିଥିଲେ । ତାଙ୍କ ଅଭିନୀତ ‘ମର୍ଦାନି’ ଚଳଚ୍ଚିତ୍ର ରାଣୀ ଓ ଆଦିତ୍ୟ ଚୋପ୍ରାଙ୍କ ବିବାହ ପରେ ହିଁ ମୁକ୍ତିଲାଭ କରିଥିଲା। ରାଣୀଙ୍କ ଜବରଦସ୍ତ ଅଭିନୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା। ବଢ଼ୁଥିବା ଦୁଷ୍କର୍ମ ସମସ୍ୟାକୁ ନେଇ ଦ୍ବିତୀୟ ଭାଗର କାହାଣୀ ଆଧାରିତ ଥିଲା।

ଦେଖନ୍ତୁ ଭିଡିଓ; ୱାଶିଂମେସିନରେ ଫଣା ଟେକି ଥିଲା କଳା ନାଗ, ତା’ପରେ..

- Advertisement -

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories