www.samajalive.in
Friday, December 12, 2025
15.1 C
Bhubaneswar

ପୋଲାଣ୍ଡରେ ମୋଦୀ, ୪୫ ବର୍ଷ ଭିତରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋଲାଣ୍ଡ ଗସ୍ତରେ ଯାଇଛନ୍ତି। ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପୋଲାଣ୍ଡ ରାଜଧାନୀ ଓ୍ବାର୍ସାରେ ପହଞ୍ଚିବା ପରେ ପୋଲାଣ୍ଡର ଉପବୈଦେଶିକ ମନ୍ତ୍ରୀ ତାଙ୍କୁ ସ୍ଵାଗତ କରିଥିଲେ। ବିଗତ ୪୫ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ପୋଲାଣ୍ଡ ଗସ୍ତ।

ପ୍ରଧାନମନ୍ତ୍ରୀ ଦ୍ଵିରାଷ୍ଟ୍ରୀୟ ଗସ୍ତରେ ବିଦେଶ ଯାଇଛନ୍ତି। ପ୍ରଥମେ ମୋଦୀ ପୋଲାଣ୍ଡରେ ପହଞ୍ଚି ସେଠାକାର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଭେଟିବେ। ଏହି ଅବସରରେ ଦୁଇଦେଶ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେଠାରେ ରହୁଥିବା ଭାରତୀୟ ଜନସମୁଦାୟଙ୍କ ପକ୍ଷରୁ ମଧ୍ୟ ସ୍ଵାଗତ କରାଯାଇଥିଲା। ଏଥିପାଇଁ ଓ୍ବାର୍ସାରେ ଥିବା ନଓ୍ବାନଗର ମେମୋରିଆଲଠାରେ ଭାରତୀୟଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

- Advertisement -

ଏହା ପରେ ପ୍ରଧାନମନ୍ତ୍ରୀ ସେଠାରୁ ୟୁକ୍ରେନ ଗସ୍ତରେ ଯିବେ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କ ସହିତ ଦ୍ଵିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories