www.samajalive.in
Monday, December 8, 2025
24.1 C
Bhubaneswar

ଖାଦ୍ୟ ପୁଡ଼ିଆ ସହ ମଦ ବାଣ୍ଟି ଅଡ଼ୁଆରେ ପୂର୍ବତନ ମନ୍ତ୍ରୀ ନରେଶ ଅଗ୍ରୱାଲ

କାନପୁର : ଉତ୍ତରପ୍ରଦେଶର କାନପୁର ନିକଟ ହାର୍ଦୋଇସ୍ଥିତ ଶ୍ରାବଣଦେବୀ ମନ୍ଦିରରେ ନିଜ ଦଳର କର୍ମୀଙ୍କୁ ମଦ ବାଣ୍ଟି ଅଡ଼ୁଆରେ ପଡ଼ିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ନରେଶ ଅଗ୍ରୱାଲ। ନରେଶଙ୍କ ପୁଅ ନୀତିନ୍‌ ମଧ୍ୟ ଏଥିରେ ଛନ୍ଦି ହୋଇଛନ୍ତି। ଲୋକସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଚଳାଇଥିବା ନରେଶ ମଙ୍ଗଳବାର ମନ୍ଦିର ପରିସରରେ ଏକ କର୍ମୀ ସମ୍ମିଳନୀ ଆୟୋଜନ କରିଥିଲେ। ନୀତିନ୍‌ ଏହାର ବୁଝାସୁଝା କରୁଥିଲେ। ବିଶେଷ ଭାବେ ପାର୍ସିସମ୍ପ୍ରଦାୟର ଲୋକେ ଏଥିରେ ଯୋଗ ଦେଇଥିଲେ। ସେମାନଙ୍କୁ ଗ୍ରାମ ମୁଖିଆଙ୍କ ମାଧ୍ୟମରେ ଖାଦ୍ୟ ପୁଡ଼ିଆ ବଣ୍ଟା ଯାଇଥିଲା। ଏଥିସହିତ ୨୦୦ଏମ୍‌ଏଲ୍‌ର ମଦ ବୋତଲ ମଧ୍ୟ ଦିଆଯାଇଥିଲା। କିଛି ଛୋଟ ପିଲାଙ୍କ ହାତରେ ଏହି ଖାଦ୍ୟ ପୁଡ଼ିଆ ପଡ଼ିବା ପରେ ବିବାଦ ସୃଷ୍ଟି ହୋଇଥିଲା। ସ୍ଥାନୀୟ ବିଜେପି ନେତାମାନେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନରେଶ ସମାଜବାଦୀ ପାର୍ଟିରୁ ରାଜ୍ୟସଭା ସାଂସଦ ତଥା ରାଜ୍ୟରେ ମନ୍ତ୍ରୀ ଥିଲେ। ୨୦୧୮ରେ ସେ ବିଜେପିରେ ସାମିଲ ହୋଇଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories