www.samajalive.in
Sunday, December 7, 2025
26.1 C
Bhubaneswar

ପିପିଲିରେ ଧର୍ମଘଟର ପ୍ରଭାବ

ପିପିଲି : ମୋଦୀ ସରକାରଙ୍କ ଶ୍ରମିକ କର୍ମଚାରୀ ମାରଣନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍‍ ୟୁନିୟନ ଗୁଡିକ ପକ୍ଷରୁ ଦୁଇଦିନିଆ ସର୍ବଭାରତୀୟ ଧର୍ମଘଟ ଓ ବନ୍ଦ ଡାକରା ଦିଆଯିବା ପରିପ୍ରେକ୍ଷୀରେ ପିପିଲିରେ ଧର୍ମଘଟର ପ୍ରଭାବ ପଡିଥିଲା। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ସିନେମା ହଲ, ଦୋକାନବଜାର ଆଦି ବନ୍ଦ ରହିଥିବା ବେଳେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକ ମଧ୍ୟ ବନ୍ଦ ରହିଥିବା ପରିଲକ୍ଷିତ ହୋଇଥିଲା। ସିପିଆଇ(ଏମ୍‍ଏଲ୍‍) ଲିବରେସନ ଓ ଏଆଇସିଟିୟୁ ପକ୍ଷରୁ ଶ୍ରମିକ ନେତା ସର୍ବେଶ୍ୱର ଭାରତୀ, ଜୟନ୍ତ ଦାଶ, ରାଜକିଶୋର ଶତପଥି, ମନ୍ଦାକିନୀ ସେଠୀ ଓ କାହ୍ନୁଚରଣ ବେହେରାଙ୍କ ନେତୃତ୍ୱରେ ୩୦ରୁ ଉର୍ଦ୍ଧ ବାଇକ୍‍ରେ ବିକ୍ଷୋଭକାରୀ ମାନେ ପିପିଲି ବ୍ଳକର ବିଭିନ୍ନ ବଜାର ପରିକ୍ରମା କରିବା ସହ ମୋଦୀ ବିରୋଧି ସ୍ଲୋଗାନ ଦେଇଥିଲେ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ତରାକାଜ ଛକ ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇ ନାରାବାଜି ଦିଆଯାଇଥିଲା।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories