ଧାମରା : ଧାମରାର ୮ ପଞ୍ଚାୟତରେ ମଙ୍ଗଳବାର ବନ୍ଦ ଶାନ୍ତିପୁର୍ଣ ଭାବରେ ପାଳନ କରାଯାଇଛି। ମୋଦୀ ସରକାରଙ୍କ ଶ୍ରମିକ କର୍ମଚାରୀ ମାରଣ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ମଙ୍ଗଳବାର ସକାଳ ୬ଟା ସମୟରେ ଧାମରା, ଦୋସିଙ୍ଗା, କଇଥଖୋଲା, କରଞ୍ଜମାଳ, କରଣପଲ୍ଲୀ, ପଞ୍ଚୁଟିକ୍ରି, ବାଂଶଡା, ଜାଗୁଳା ଠାରେ ବିଜେଡି , କଂଗ୍ରେସ ଏବଂ ଅନ୍ୟ ସମସ୍ତ ଟ୍ରେଡ ୟୁନିୟନ ପକ୍ଷରୁ ଦିଆଯାଇଥିବା ଡାକରାରେ ସମସ୍ତ ଦୋକାନ ବଜାର, ରାଷ୍ଟ୍ରାୟତ ବ୍ୟାଙ୍କ ବନ୍ଦ ରହିଥିଲା। ସେହିପରି ଧାମରା ଠାରେ ଥିବା ଅତିରିକ୍ତ ତହସିଲଦାରଙ୍କ ଅଫିସ, ଧାମରା ମତ୍ସ୍ୟପୋତାଶ୍ରୟ, ଧାମରା ଆଦାନୀ ଅଫିସ ସମେତ ଧାମରା ଠାରୁ ସମସ୍ତ ଗାଡି ମୋଟର ଚଳାଚଳ ବନ୍ଦ ରହିଥିଲା। ସେହିପରି ଅନ୍ୟ ପଞ୍ଚାୟତ ମାନଙ୍କରେ ଥିବା ସମସ୍ତ ଆରଆଇ ଅଫିସ ଏବଂ ଅନ୍ୟାନ୍ୟ ସମସ୍ତ ଅଫିସ ଗୁଡିକ ବନ୍ଦ ରହିଥିଲା। ଏହି ବନ୍ଦର ପ୍ରଭାବରେ ସାଧାରଣ ଜନତା ଏବଂ ବ୍ୟବସାୟୀ ମାନଙ୍କର କାରବାରରେ ବହୁ ବାଧା ଉପୁଜିଥିଲା। ସମସ୍ତ ଦଳ ପିକେଟିଂ କରିବା ସହ ଧାମରା ବନ୍ଦର ଗେଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଫଳରେ କିଛି ସମୟ ପାଇଁ ଧାମରା ବନ୍ଦରରୁ କୌଣସି ମାଲବୋଝେଇ ଟ୍ରେନ ଗୁଡିକ ଯାତାୟତ ବନ୍ଦ ରହିଥିଲା ଏବଂ ଧାମରା ବନ୍ଦର ମଧ୍ୟକୁ କୌଣସି କର୍ମଚାରୀ ଏବଂ ଶ୍ରମିକ ମାନଙ୍କୁ ଯିବାକୁ ଦିଆ ଯାଇନଥିଲା। ଏହି ବନ୍ଦ ପାଳନ ବେଳେ ଧାମରା ବନ୍ଦରର ଭିପି ଜଗତ ପରିଜା ଆସି ରେଳ ଧାରଣାରେ ଲୋକ ମାନଙ୍କୁ ବୁଝାଇ ଏହି ରେଳ ଧାରଣାରୁ ହଟିବା ପାଇଁ ଅନୁରୋଧ କରିଥିଲେ ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା।
Popular Categories



