Patra electronics

ସକାଳର ଏହି ଲକ୍ଷଣ ଦିଏ ଉଚ୍ଚ ରକ୍ତଚାପର ସଙ୍କେତ..

ଉଚ୍ଚ ରକ୍ତଚାପ ବର୍ତ୍ତମାନ ସମୟରେ ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅନେକ ସମୟରେ ଲୋକେ ଏହାର ଆରମ୍ଭ ଲକ୍ଷଣ ବିଷୟରେ ଜାଣି ପାରନ୍ତି ନାହିଁ । ଯାଦ୍ୱାରା ଏହା ଶରୀର ଉପରେ କୁପ୍ରଭାବ ପକାଇବା ସହ ମାରାତ୍ମକ ରୋଗର କାରଣ ପାଲଟିଥାଏ । ବିଶେଷ କରି ହୃଦୟ ଜନିତ ସମସ୍ୟା ସୃଷ୍ଟି କରିଥାଏ । ସକାଳ ସମୟରେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ପାଇଁ କିଛି ଲକ୍ଷଣ ଦେଖାଯାଏ । ଉଚ୍ଚ ରକ୍ତଚାପ ପାଇଁ ହୃଦୟ ଉପରେ ଅନେକ ପ୍ରଭାବ ପଡିଥାଏ । ଜାଣନ୍ତୁ ସକାଳ ସମୟରେ କେଉଁ ଲକ୍ଷଣ ଦେଖାଗଲେ, ଉଚ୍ଚ ରକ୍ତଚାପର ସଙ୍କେତ ଦେଇଥାଏ..

ଶରୀରରେ ରକ୍ତଚାପ ବୃଦ୍ଧି ହେଲେ ଏହି ଲକ୍ଷଣ ଦେଖାଯାଏ..

ସକାଳେ ଶୋଇ କରି ଉଠିବା ପରେ ମୁଣ୍ଡ ବିନ୍ଧା ହେବା । ଉଚ୍ଚ ରକ୍ତଚାପ କାରଣରୁ ଶିରାପ୍ରଶିରା ଟାଣି ହେବା ଭଳି ସମସ୍ୟା ହୋଇଥାଏ । ଫଳରେ ମୁଣ୍ଡ ବିନ୍ଧା ହୋଇଥାଏ।

୧୨ ବର୍ଷ ପରେ ୨୦ ଅଗଷ୍ଟରେ ବିଶେଷ ଯୋଗ : ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ..

ହଠାତ୍‌ ନାକରୁ ରକ୍ତସ୍ରାବ ହେବା । ଏହା ଉଚ୍ଚ ରକ୍ତଚାପର ଲକ୍ଷଣ । ନାକରେ ଥିବା ସୂକ୍ଷ୍ମ ଶିରାପ୍ରଶିରା ଅତ୍ୟଧିକ ଚାପ ଯୋଗୁଁ ଏହା ଉପରେ ପ୍ରଭାବ ପଡିଥାଏ । ଫଳରେ ନାକରୁ ରକ୍ତ ପଡେ।

ସକାଳେ ଉଠିବା ପରେ ଥକ୍କାପଣ ଅନୁଭବ ହେବା । ଏହା ଉଚ୍ଚ ରକ୍ତଚାପର ଲକ୍ଷଣ । ଉଚ୍ଚ ରକ୍ତଚାପ ଫଳରେ ଶରୀରରେ ଶକ୍ତିର ପରିମାଣ ହ୍ରାସ ହୋଇଥାଏ।

ଦେଖନ୍ତୁ ଭିଡିଓ ; ରାସ୍ତାରେ ଷଣ୍ଢର ତାଣ୍ଡବ ; ୨ ବାଇକ୍‌ ଆରୋହୀଙ୍କ ସହ..

ଉଚ୍ଚ ରକ୍ତଚାପ କାରଣରୁ ସକାଳ ସମୟରେ ବ୍ୟସ୍ତତା ଅନୁଭବ ହୋଇଥାଏ।

ସକାଳେ ଉଠିବା ପରେ ନିୟମିତ ମୁଣ୍ଡ ବୁଲାଇବା ମଧ୍ୟ ଉଚ୍ଚ ରକ୍ତଚାପର ଲକ୍ଷଣ।

Comments are closed.