www.samajalive.in
Thursday, December 11, 2025
18.1 C
Bhubaneswar

ନବୀନ ନିବାସରେ ରକ୍ଷା ବନ୍ଧନ ଉତ୍ସବ, ରାଖୀ ବାନ୍ଧିଲେ ନବୀନ

ଭୁବନେଶ୍ୱର: ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ. ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରାଖୀ ପାଇଁ ଅଭିନନ୍ଦନ ଜଣାଇଥିଲେ।

ଭୁବନେଶ୍ୱର ଭରତପୁର ସ୍ଥିତ ଲୁଇ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ର ଦୃଷ୍ଟି ବାଧିତ କୁନି କୁନି ଝିଅ ମାନେ ପ୍ରଥମେ ଶ୍ରୀ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ପିଲା ମାନଙ୍କୁ ଆଶୀର୍ବାଦ କରିବା ସହ ସମସ୍ତଙ୍କୁ ଉପହାର ଦେଇଥିଲେ। ପରେ ପରେ ଲା କିଡ଼ସ ପ୍ଲେ ସ୍କୁଲ ର କୁନି କୁନି ପିଲାମାନେ ରାଖୀ ବାନ୍ଧି ଥିଲେ।

- Advertisement -

ଭୁବନେଶ୍ୱର ମହାନଗର ନିଗମ ର ମେୟର ସୁଲୋଚନା ଦାସ ଙ୍କ ନେତୃତ୍ୱ ରେ ବିଭିନ୍ନ ୱାର୍ଡ ର କର୍ପୋରେଟର ମାନେ ମଧ୍ୟ ନବୀନ ପଟ୍ଟନାୟକ ଙ୍କୁ ଭେଟି ରାଖୀ ବାନ୍ଧି ଥିଲେ।

ପୂର୍ବତନ ମନ୍ତ୍ରୀ ଉଷା ଦେବୀ ବିଜୁ ଜନତା ଦଳ ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର, ଭାରତ ସ୍କାଉଟ ଏବଂ ଗାଇଡିସର ସ୍ବେଛାସେବୀମାନେ ଭୁବନେଶ୍ୱର ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ର ବ୍ରହ୍ମକୁମାରୀ ଓ ବ୍ରାହ୍ମକୁମାର ମାନେ. ଲିଙ୍ଗରାଜ ବିହାର ଓ ଏୟାର ପୋର୍ଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଓ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ମାନେ ଶ୍ରୀ ପଟ୍ଟନାୟକଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ.

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories