www.samajalive.in
Monday, December 8, 2025
27.1 C
Bhubaneswar

ଗହ୍ମାପୂର୍ଣ୍ଣିମାରେ ଗୋ-ସମ୍ପଦ ପୂଜା

ଭୁବନେଶ୍ବର : ଓଡ଼ିଶାର ପୁରପଲ୍ଲୀରେ ଆଜି ପାରମ୍ପରିକ ଉତ୍ସାହର ସହ ପାଳିତ ହୋଇଛି ପବିତ୍ର ଗହ୍ମାପର୍ବ । କୃଷିଭିତ୍ତିକ ରାଜ୍ୟ ଓଡ଼ିଶାରେ ଗହ୍ମାପୂର୍ଣ୍ଣିମା ଅବସରରେ ବଳଦ ଏବଂ ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯାଇ ବିଭିନ୍ନ ସୁସ୍ବାଦୁ ପିଠାପଣା ଖାଇବାକୁ ଦିଆଯାଇଛି । ଭଗବାନ ବଳଭଦ୍ରଙ୍କ ଜନ୍ମୋତ୍ସବ ଗହ୍ମା ପୂର୍ଣ୍ଣିମା ଅବସରରେ ପ୍ରାଚୀନ କାଳରୁ ଓଡ଼ିଶାରେ ଗୃହପାଳିତ ପଶୁ ମୁଖ୍ୟତଃ ବଳଦ ଏବଂ ଗାଈଗୋରୁଙ୍କ ବନ୍ଦାପନା ସହ ସେମାନଙ୍କୁ ପିଠାପଣା ଭୋଜନ ଦିଆଯାଇଥାଏ । ଏହି ଗୃହପାଳିତ ପଶୁଙ୍କୁ ସଫା ସୁତୁରା କରାଯାଇ ସେମାନଙ୍କ ଦେହରେ ଓ ଶିଙ୍ଗରେ ତେଲ ଓ ହଳଦୀ ଲଗାଯିବା ସହ ଫୁଲମାଳ ଦେଇ ବନ୍ଦାପନା କରାଯାଏ । ବ୍ରାହ୍ମଣୀ ଝଟା ଓ ଗାଈ ଗେଣ୍ଡାଳିଆ ଗୁଳ୍ମରେ ସେମାନଙ୍କ ଦେହକୁ ଶୁଦ୍ଧ ଓ ରୋଗମୁକ୍ତ କରାଯାଇଥାଏ ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories