www.samajalive.in
Tuesday, December 9, 2025
15.1 C
Bhubaneswar

ଉତ୍ତର ଆମେରିକାରେ ୯୦ଫୁଟର ବିଶାଳ ହନୁମାନ ମୂର୍ତ୍ତି, ନାମିତ ହେଲା ‘ଷ୍ଟାଚ୍ୟୁ ଅଫ ୟୁନିୟନ’

ହୁଷ୍ଟନ: ଆମେରିକାର ଟେକ୍ସାସ ରାଜ୍ୟର ହୁଷ୍ଟନଠାରେ ୯୦ ଫୁଟ ଉଚ୍ଚତାର ଶ୍ରୀ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ଏହାକୁ ‘ଷ୍ଟାଚ୍ୟୁ ଅଫ ୟୁନିୟନ’ ନାମରେ ନାମିତ କରାଯାଇଛି। ଉତ୍ତର ଆମେରିକାର ଏହା ସର୍ବବୃହତ ମୂର୍ତ୍ତି। ଶ୍ରୀ ହନୁମାନ ହେଉଛନ୍ତି ଶୌର୍ଯ୍ୟ, ଭକ୍ତି ଏବଂ ନିଃସ୍ବାର୍ଥ ସେବାର ପ୍ରତୀକ। ଏହି ମୂର୍ତ୍ତିକୁ  ଶ୍ରୀ ଚିନ୍ନାଜିୟାର ସ୍ବାମୀ ପ୍ରାଣ ପ୍ରତିଷ୍ଠା କରାଇଛନ୍ତି। ସ୍ବାମୀଜୀ ଏହି ମୂର୍ତ୍ତି ସ୍ଥାପନ ମାଧ୍ୟମରେ ଉତ୍ତର ଆମେରିକାରେ ଭାରତର ମହାନ ସଂସ୍କୃତିର ପରିପ୍ରସାର ଲାଗି ଉଦ୍ୟମ ଜାରି ରଖିଛନ୍ତି।

ସୂଚନା ଯୋଗ୍ୟ ଯେ ଆଖୁ ଚାଷ ଲାଗି ପ୍ରସିଦ୍ଧ ଟେକ୍ସାସର ହୁଷ୍ଟନରେ ସ୍ବାମୀଜୀଙ୍କ ଦ୍ବାରା ଶ୍ରୀ ଅଷ୍ଟଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ହୋଇଛି। ମନ୍ଦିର ପରିସରରେ ନିର୍ମିତ ଏହି ବିଶାଳ ଏବଂ ଭବ୍ୟ ହନୁମାନଙ୍କ ମୂର୍ତ୍ତି ମାନବ ସମାଜ ଲାଗି କରୁଣା, ଆଶା ଓ ସାମର୍ଥ୍ୟର ପ୍ରତୀକ ଭାବେ ଉଭା ହୋଇଛି। ଭାରତୀୟ ଧର୍ମ ଓ ସଂସ୍କୃତି ପ୍ରତି ଆମେରିକା ଭଳି ପାଶ୍ଚାତ୍ୟ ରାଷ୍ଟ୍ରରେ କ୍ରମଶଃ ଆଗ୍ରହ ବଢ଼ିବାରେ ଲାଗିଛି ବୋଲି ଏହି ଅବସର​‌ରେ ସ୍ବାମୀଜୀ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories