www.samajalive.in
Sunday, December 7, 2025
26.1 C
Bhubaneswar

‘ମୋ ମୃତ୍ୟୁ ପାଇଁ ମୁଁ ନିଜେ ଦାୟୀ’; ଜିଆରଏସଙ୍କ ପକେଟରୁ ମିଳିଲା ଆତ୍ମହତ୍ୟା ଚିଠି

ରେଙ୍ଗାଲିକ୍ୟାମ୍ପ: ପପଙ୍ଗା ଗ୍ରାମ ରୋଜଗାର ସେବକ(ଜିଆର୍ଏସ) ସୁଦାମ ସେଠଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟିଛି। ସୁଦାମଙ୍କୁ କେହି ହତ୍ୟା କରିନାହାନ୍ତି, ବରଂ ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ତାଙ୍କ ପକେଟରୁ ଏକ ସୁଇସାଇଡ୍‌ ନୋଟ ମିଳିଛି, ଯେଉଁଥିରେ ଲେଖାଯାଇଛି ଯେ, ମୋ ମୃତ୍ୟୁ ପାଇଁ ମୁଁ ନିଜେ ଦାୟୀ। ତେଣୁ ଏହା ଆତ୍ମହତ୍ୟା ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅତାବିରା ଥାନା ଅନ୍ତର୍ଗତ  ଟିଙ୍ଗିପାଲି ଗ୍ରାମର ସୁଦାମ କୌଣସି ପ୍ରକାର ପେଟ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କ ରୋଗ ଭଲ ହେବ ନାହିଁ ବୋଲି ଡାକ୍ତରଙ୍କଠାରୁ ଶୁଣିବା ପରେ ସେ ମାନସିକ ଚାପରେ ରହୁଥିଲେ। ଗତ ଶନିବାର ସେ ଅଫିସ ଯାଉଥିବା କହି ଘରୁ ବାହାରି ଆସିଥିଲେ। ହେଲେ ଦେବାହାଲଠାରୁ ମାତ୍ର ୪୦୦ ମିଟର ଦୂର ଜହ୍ନାପଡ଼ା ରାସ୍ତାପାର୍ଶ୍ବ ଏକ ବୁଦା ଭିତରୁ ତାଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା। ତଦନ୍ତକାରୀ ଦଳ ତଦନ୍ତ କରିବା ସମୟରେ ତାଙ୍କ ପକେଟରୁ ହାତଲେଖା ଚିଠି ମିଳିଥିଲା। ଏହା ବ୍ୟତୀତ ଯୁବକଙ୍କ ପକେଟରେ ୭୨୦ ଟଙ୍କା ଥିବାବେଳେ ପାଖରେ ଏକ ବ୍ଲେଡ୍‌ ପଡ଼ିଥିଲା, ଯାହା ସାହାଯ୍ୟରେ ସେ ହାତ କାଟି ଆତ୍ମହତ୍ୟା କରିଥିଲେ। ରବିବାର ସକାଳେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କଠାରୁ ସୂଚନା ମିଳିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories