www.samajalive.in
Sunday, December 7, 2025
23.1 C
Bhubaneswar

ବୁଡ଼ି ଯାଉଥିବାବେଳେ ବିହାର ପର୍ଯ୍ୟଟକ ଉଦ୍ଧାର 

ଗୋପାଳପୁର : ଗୋପାଳପୁର ସମୁଦ୍ରରେ ଆଜି ଅପରାହ୍ନ ପ୍ରାୟ ୩ ଟା ବେଳେ ଜଣେ ବିହାର ପର୍ଯ୍ୟଟକ ବୁଡ଼ି ଯାଉଥିବା ବେଳେ ଲାଇଫଗାର୍ଡ ତାଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରିଛନ୍ତି । ସୂଚନା ପ୍ରକାରେ ଆଜି ଅପରାହ୍ନ ପ୍ରାୟ ୩ ଟା ବେଳେ ବିହାରର ୧୦ ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିଲେ । ମୁଖ୍ୟ ବେଳାଭୂମିରେ ସମସ୍ତେ ଗାଧୋଉଥିବା ସେମାନେ ମଧ୍ୟରୁ ବିହାର ସ୍ଥିତ ବାରୋଣୀ ଥାନା ଅଞ୍ଚଳର ମହମ୍ମଦ ଇରସେଦ ଅସାବଧାନତା ହେତୁ ସମୁଦ୍ର ସ୍ରୋତରେ ଭାସିଯାଇ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ । ବେଳାଭୂମିରେ ନିୟୋଜିତ ରହିଥିବା ଲାଇଫଗାର୍ଡ ଜି. ଚିଟିବାବୁ ଓ ଜି. କାଳୀ ଶଙ୍କର ପ୍ରମୁଖ ତୁରନ୍ତ ଇରସେଦ ବୁଡ଼ି ଯାଉଥିବା ଜାଣିପାରି ସମୁଦ୍ର ଭିତରକୁ ଯାଇ ତାଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories