www.samajalive.in
Thursday, December 11, 2025
13.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟରେ ସଂସ୍କୃତ ସପ୍ତାହ ଉଦ୍‌‌ଯାପିତ

କେନ୍ଦୁଝରଗଡ଼: ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ସ୍ନାତକୋତ୍ତର ସଂସ୍କୃତ ବିଭାଗ ପକ୍ଷରୁୁ ଆୟୋଜିତ ସଂସ୍କୃତ ସପ୍ତାହ ଶନିବାର ଉଦ୍‌‌ଯାପନ ସହ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ସଂସ୍କୃତ ଦିବସ ଅବସରରେ ବିଶ୍ୱବିଦ୍ୟାଳୟର ପରିବେଶକୁ ମନ୍ତ୍ରମୟ କରିବା ଉଦ୍ଦେଶ୍ୟରେ ନିତ୍ୟ ପ୍ରାତଃକାଳରେ ମନ୍ତ୍ରପାଠ କରିବା ପାଇଁ ପରାମର୍ଶ ଦେବା ସହ ସଂସ୍କୃତ ଭାଷାରେ ଶିକ୍ଷାଦାନ ପାଇଁ ଉପସ୍ଥିତ ସମସ୍ତ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ପରାମର୍ଶ ଦେଇଥିଲେ। ସ୍ନାତକୋତ୍ତର ପରିଷଦର ଅଧକ୍ଷ ଡ. ପ୍ରଭୁପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂସ୍କୃତ ବିନା ସଂସ୍କୃତିର ସ୍ଥାନ ନିରୁପଣ କରିବା ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସଂସ୍କୃତ ବିଭାଗର ମୁଖ୍ୟ ତଥା ସଂସ୍କୃତ ସପ୍ତାହର ସଞ୍ଚାଳିକା ଡ. ଅରୁନ୍ଧତୀ ଓଝା ପ୍ରାରମ୍ଭରେ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗୀୟ ସହକାରୀ ପ୍ରାଧ୍ୟାପିକା ଡ. ନିବେଦିତା ପତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସଂସ୍କୃତ ଅଧ୍ୟାପକ ଡ.ପଙ୍କଜ କୁମାର ମାହାନା ଛାତ୍ରଛାତ୍ରୀଙ୍କୁ ଉଦ୍‌‌ବୋଧନଛଳରେ ସଂସ୍କୃତ ପଠନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପାରସ୍ପରିକ ସଂହତି ରକ୍ଷା ପାଇଁ ପରସ୍ପର ହାତରେ ଛାତ୍ରଛାତ୍ରୀ ମାନେ ରକ୍ଷୀ ବାନ୍ଧିଥିଲେ। ଅଧ୍ୟାପିକା ଡ. ପ୍ରିୟଦର୍ଶନୀ ମହାପାତ୍ର ଓ ଡ. ଆଲିଶା ବିଶ୍ୱାଳ ଗୀତା ପାଠର ଆବଶ୍ୟକତା ଓ ସଂସ୍କୃତ ଭାଷାର ଶ୍ରେଷ୍ଠତା ସମ୍ପର୍କରେ ଅଭିଭାଷଣ ରଖିଥିଲେ। ସ୍ନାତକୋତ୍ତର ଛାତ୍ରୀ ଚିନ୍ମୟୀ ସ୍ୱଦେଶ ବନ୍ଦିତା ବେହେରା ଓ ସ୍ଥିତିପ୍ରଜ୍ଞା ନାୟକ ସଂସ୍କୃତ ଦିବସର ମହତ୍ୱ ସମ୍ପର୍କରେ ନିବନ୍ଧ ଉପସ୍ଥାପନ କରିଥିଲେ। ମନୋରମା ଖଣ୍ଡା, ଡ. ଆଲିଶା ବିଶ୍ୱାଳ, ଡ. ପ୍ରିୟଦର୍ଶନୀ ମହାପାତ୍ର, ଡ. ପଙ୍କଜ କୁମାର ମାହାନା ଓ ବିଭାଗୀୟ ଛାତଛାତ୍ରୀ ମାନେ ସଂସ୍କୃତ ସଙ୍କଳ୍ପ ମନ୍ତ୍ରରେ ମନ୍ତ୍ରୀତ ହୋଇଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ସୁଧାକର ଦାଶ, ଡ. ସୁମନ୍ତ୍ର ନାୟକ, ଶୁଭସ୍ମିତ।ଦ।ଶ, ଆକାଳୁ ପୃଷ୍ଟି, ଡ. ଜ୍ୟୋତି କିଶୋର ମହାନ୍ତି, ଡ. ଅଜୟ କୁମାର ସାହୁ, ଇତିହାସ ବିଭାଗ ମୁଖ୍ୟ ଡ. ବିଶ୍ୱରଞ୍ଜନ ଧଳ, ଦର୍ଶନ ବିଭାଗ ମୁଖ୍ୟ ଡ. ମମତାମଞ୍ଜରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଅଧ୍ୟାପିକା ମନୋରମା ଖଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories