www.samajalive.in
Saturday, December 6, 2025
23.1 C
Bhubaneswar

୧.୫ କୁଇଣ୍ଟାଲ କେନ୍ଦୁପତ୍ର ସହିତ ଗାଡି ଜବତ, ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁର ସହର ଉପକଣ୍ଠସ୍ଥ ସଦର ଥାନା ଦେଇ ବେଆଇନ ଭାବେ ଚାଲାଣ ହେଉଥିବା କେନ୍ଦୁପତ୍ର ସହିତ ଗାଡ଼ିକୁ ଜବତ କରିଛି ପୁଲିସ। ପୁଲିସ ପାଟ୍ରୋଲିଂ କରୁଥିବାବେଳେ ସିନ୍ଦୁରପଙ୍କ ଛକ ନିକଟରେ ଏକ ବୋଲେରୋ ପିକ୍‌ଅପ ସନ୍ଦିଗ୍ଧ ଭାବରେ ଦ୍ରୁତଗତିରେ ଯାଉଥିବା ଦେଖି ତାକୁ ଅଟକାଯାଇଥିଲା। ଗାଡି ଚାଳକ ପୁଲିସକୁ ଦେଖିବା ପରେ ଚମ୍ପଟ ମାରିବାକୁ ଉଦ୍ୟମ କରିଥିବା ବେଳେ ତାକୁ ପୁଲିସ ଗୋଡାଇ ଗୋଡାଇ ଧରିଥିଲା । ଉକ୍ତ ଗାଡିକୁ ଯାଞ୍ଚ ସମୟରେ ୧ କ୍ୱିଣ୍ଟାଲ ୫୭ କିଗ୍ରା ଓଜନର କେନ୍ଦୁପତ୍ର ମିଳିଥିଲା। ଉକ୍ତ କେନ୍ଦୁପତ୍ରଗୁଡିକୁ ଅବୈଧ ରୂପେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା । ଗାଡିକୁ ଧରିବା ସମୟରେ ଉକ୍ତ ଗାଡିରେ ଥିବା ୨ ଜଣ ବ୍ୟକ୍ତି ଫେରାର ହୋଇଯାଇଥିବା ବେଳେ ପଶ୍ଚିମବଙ୍ଗ ରାଜ୍ୟ ହୁଗୁଳି ଜିଲା ଅନୁପ ନଗର ନିବାସୀ ହବିବୁର ରେହମାନ ଭାଙ୍ଗି (୩୪)କୁ ପୁଲିସ ଗିରଫ କରିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories