www.samajalive.in
Wednesday, December 10, 2025
16.1 C
Bhubaneswar

ସାମ୍ପୋ ବୋତଲରେ ୨୦ କୋଟିର କୋକେନ, କେନିୟା ମହିଳା ଅଟକ

ଡେସ୍କ: ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ୨୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ କରାଯାଇଛି। ଏତେ ଟଙ୍କାର କୋକେନ ମିଳିବା ବିମାନ ବନ୍ଦର ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ କେନିଆ ଦେଶର ଜଣେ ମହିଳାଙ୍କ ଠାରୁ ଏହି କୋକେନ ଜବତ କରାଯାଇଛି। ସମ୍ପୃକ୍ତ ମହିଳା ଜଣଙ୍କ ଦୁଇଟି ସାମ୍ପୋ ବୋତଲ ଓ କ୍ରିମ ଥିବା ବୋତଲରେ ଏହି ତରଳୀକୃତ କୋକେନ ଆଣିଥିଲେ। ତେବେ ପ୍ରଥମ ଥର ପାଇଁ କୋକେନକୁ ତରଳୀକୃତ ଭାବରେ ଅଣାଯାଇଥିବା ଜଣାପଡିଛି।

ବିମାନବନ୍ଦର ଅଧିକାରୀମାନଙ୍କ କହିବାନୁଯାୟୀ, ବୋତଲରେ ଥିବା ତରଳୀକୃତ କୋକେନ ସାଧାରଣ ସାମ୍ପୋ ଭଳି ଦେଖାଯାଉଥିବାରୁ ପ୍ରଥମେ ତାହା କୋକେନ ବୋଲି ଠଉରାଇବା କଷ୍ଟକର ଥିଲା କିନ୍ତୁ ଅଧିକ ଯାଞ୍ଚ ପରେ ତାହା ତରଳୀକୃତ କୋକେନ ବୋଲି ଜଣାପଡିଥିଲା।

- Advertisement -

କେନିଆର ନାଇରୋବିରୁ ଆସିଥିବା ସମ୍ପୃକ୍ତ ମହିଳାଙ୍କ ଠାରୁ ୧ କିଲୋଗ୍ରାମ ୯୮୩ ଗ୍ରାମ କଇଁ ଜବତ କରାଯାଇଥିଲା ଆନୁମାନିକ ବଜାର ମୂଲ୍ୟ ୨୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories