୪ ଡାକ୍ତରଙ୍କୁ ଜେରା ପାଇଁ ଡାକିଲା ସିବିଆଇ; ଟ୍ରେନୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିକ୍ଷୋଭ ଜାରି
ସମାଜ ଡିଜିଟାଲ ଡେସ୍କ: କୋଲକାତାରେ ଟ୍ରେନୀ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଟ୍ରେନୀ ଡାକ୍ତରଙ୍କୁ ନ୍ୟାୟ ଓ ମହିଳା ଡାକ୍ତରଙ୍କ ସୁରକ୍ଷା ଦାବିରେ ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏସୟୁସିଆଇ । ଏହାସହିତ ଆସନ୍ତାକାଲି ୨୪ଘଣ୍ଟିଆ ଦେଶବ୍ୟାପି ଆନ୍ଦୋଳନ ପାଇଁ ଡାକରା ଦେଇଛି ଭାରତୀୟ ଚିକିତ୍ସକ ସଂଘ । ସେପଟେ ଘଟଣାର ତଦନ୍ତ କରୁଛି ସିବିଆଇ । ମାମଲାରେ ୪ଜଣ ଡାକ୍ତରଙ୍କୁ ପଚରାଉଚରା ପାଇଁ ଡାକିଛି ସିବିଆଇ । ଆରଜି କର ମେଡିକାଲର ୪ଜଣ ଡାକ୍ତରଙ୍କୁ ପଚରାଉଚରା କରୁଛି ସିବିଆଇ । ସେପଟେ ଏହି ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କୁ ଘେରିଛି ବିଜେପି ।
Comments are closed.