www.samajalive.in
Sunday, December 14, 2025
14.1 C
Bhubaneswar

କ୍ରିକେଟରେ କିଏ ପାଇଛନ୍ତି ସର୍ବାଧିକ ‘ପ୍ଲେୟର ଅଫ ଦ ସିରିଜ’ ପୁରସ୍କାର ?

ସମାଜ ଡିଜିଟାଲ ଡେସ୍କ: କ୍ରିକେଟରେ ପ୍ଲେୟର ଅଫ ଦ ମ୍ୟାଚ ଏବଂ ପ୍ଲେୟର ଅଫ ଦ ସିରିଜ ପୁରସ୍କାର ହାସଲ କରିବା  ସମସ୍ତ ଖେଳାଳିଙ୍କର ଗୋଟିଏ ସ୍ଵପ୍ନ ଥାଏ। କୌଣସି ଏକ ମ୍ୟାଚରେ ଭଲ ପ୍ରଦର୍ଶନ କଲେ ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାର ପାଇବା ସହଜ ହୋଇଥାଏ। କିନ୍ତୁ ପ୍ଲେୟର ଅଫ ଦ ସିରିଜ ପୁରସ୍କାର ହାତେଇବା କଷ୍ଟସାଧ୍ୟ। କାରଣ ଗୋଟିଏ ମ୍ୟାଚ ନୁହେଁ, ବରଂ ସିରିଜ ସବୁ ମ୍ୟାଚରେ ଭଲ ପଦର୍ଶନ କଲେ ହିଁ ଏହି ପୁରସ୍କାର ମିଳିଥାଏ।

ଅନ୍ତର୍ଜାତୀୟ କ୍ରିକେଟ(ଟେଷ୍ଟ, ଦିନିକିଆ ଏବଂ ଟି-୨୦)ଷର ସବୁଠୁ ଅଧିକ ପ୍ଲେୟର ଅଫ ଦ ସିରିଜ ପୁରସ୍କାର ହାସଲ କରିଥିବା ଖେଳାଳିଙ୍କ ମଧ୍ୟର ଭାରତର ୨ ଖେଳାଳି ଶୀର୍ଷ ୨ଟି ସ୍ଥାନରେ ରହିଛନ୍ତି। ବିରାଟ କୋହଲି ବର୍ତ୍ତମାନ ସୁଦ୍ଧା ୫୩୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସର୍ବାଧିକ ୨୧ ଥର ପ୍ଲେୟର ଅଫ ଦ ସିରିଜ ପୁରସ୍କାର ପାଇଛନ୍ତି। ଅନ୍ୟପଟେ କ୍ରିକେଟ କିମ୍ବନ୍ଦନ୍ତୀ ସଚିତ ତେନ୍ଦୁଲକର ବିରାଟଙ୍କଠାରୁ ୧୩୪ଟି ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବାବେଳେ ୨୦ଥର ଏହି ପୁରସ୍କାର ପାଇ ୨ୟ ସ୍ଥାନରେ ରହିଛନ୍ତି। ବାଂଲାଦେଶ ଖେଳାଳି ଶକିବ ଅଲ ହସନ ୧୭ଟି ପୁରସ୍କାର ସହିତ ୩ୟ ସ୍ଥାନରେ ରହିଛନ୍ତି।

- Advertisement -

ତେବେ ବିରାଟଙ୍କୁ ଟକ୍କର ଦେଲା ଭଳି କୌଣସି ଖେଳାଳି ବର୍ତ୍ତମାନ ସମୟରେ ନାହାନ୍ତି। ବିରାଟଙ୍କ ନିକଟତର ହେବା ଶକିବଙ୍କ ପାଇଁ କଷ୍ଟସାଧ୍ୟ। କାରଣ ସେ ବର୍ତ୍ତମାନ ତାଙ୍କ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି ଏବଂ ତାଙ୍କ ପ୍ରଦର୍ଶନ ବି ସେତେ ଭଲ ନାହିଁ।

ବିରାଟ କୋହଲି ୨୦୦୮ ମସିହାରେ ଦିନିକିଆ କ୍ରିକେଟରୁ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ବର୍ତ୍ତମାନ ସୁଦ୍ଧା ୧୧୩ଟି ଟେଷ୍ଟ, ୨୯୨ ଦିନିକିଆ ଏବଂ ୧୨୫ ଟି-୨୦ ମ୍ୟାଚ ଖେଳିସାରିଛନ୍ତି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories