www.samajalive.in
Saturday, December 13, 2025
26.1 C
Bhubaneswar

ନାଲକୋ ମୁଖ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ

ଭୁବନେଶ୍ଵର: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ଼ (ନାଲକୋ)ରେ ଉତ୍ସାହର ସହିତ ୭୮ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ସିଏମଡି ଶ୍ରୀଧର ପାତ୍ର ଭୁବନେଶ୍ୱର ସ୍ଥିତ ନାଲକୋ ମୁଖ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ନାଲକୋ ସମୁଦାୟକୁ ସମ୍ବୋଧିତ କରିଥିଲେ। ସିଏମଡି  ଶ୍ରୀଧର ପାତ୍ର ନାଲକୋ ଭବନ ପରିସରରେ ପୂର୍ବତନ କର୍ମଚାରୀଙ୍କ ପାଇଁ ଏକ ସ୍ଵତନ୍ତ୍ର ସୁବିଧାକେନ୍ଦ୍ରର ଶୁଭ ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ପୂର୍ବତନ କର୍ମଚାରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇ ନାଲକୋର ବରିଷ୍ଠ ଅଧିକାରୀଙ୍କ ସହ ଭାବ ଆଦାନ ପ୍ରଦାନ କରିଥିଲେ। ଏହି ଅବସରରେ କୋରାପୁଟ ଜିଲା କୋଟପାଡ ଅଞ୍ଚଳର ପ୍ରଖ୍ୟାତ ଡ୍ୟାନ୍ସ ଟ୍ରୁପ୍ ଦ୍ଵାରା ଢେମସା ନୃତ୍ୟ ପରିବେଷଣ କରାଯାଇଥିଲା । ନାଲକୋର ଅନୁଗୋଳ ଏବଂ ଦାମନଯୋଡି ସ୍ଥିତ ଅପରେଟିଂ ୟୁନିଟ, ଭାଇଜାଗ ସ୍ଥିତ ପୋର୍ଟ ଫାସିଲିଟି ଏବଂ ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟରେମଧ୍ୟ ଦେଶଭକ୍ତିଏବଂଉତ୍ସାହର ସହିତ ୭୮ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories