www.samajalive.in
Wednesday, November 19, 2025
29.1 C
Bhubaneswar

ନାକଟିଦେଉଳରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ନାକଟିଦେଉଳ : ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ସଦର ସ୍ଥିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ବ୍ଲକ ସ୍ତରୀୟ ୭୮ତମ ପବିତ୍ର ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସମାରୋହରେ ନାକଟିଦେଉଳ ବ୍ଲକ ଅଧକ୍ଷା ସ୍ୱରୂପାରାଣୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଆୟୋଜିତ ପ୍ୟାରେଡ ପ୍ରତିଯୋଗିତାରେ ବ୍ଲକର ୨୩ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ମହାବିଦ୍ୟାଳୟ ସ୍ତରୀୟ ପ୍ୟାରେଡ ପ୍ରତିଯୋଗିତାରେ ୩ଟି ଅନୁଷ୍ଠାନ ଭାଗ ନେଇଥିବାବେଳେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ଉଚ୍ଚ ବିଦ୍ୟାଳୟ ସ୍ତରରେ ୪ଟି ଅନୁଷ୍ଠାନ ଅଂଶ ଗ୍ରହଣ କରିଥିବାବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ପେଣ୍ଠବହାଲ ପ୍ରଥମ ଏବଂ ସରାପାଲି ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ।

- Advertisement -

ଏନସିସି ଏବଂ ସ୍କାଉଟ ସ୍ତରରେ ୩ଟି ଅନୁଷ୍ଠାନ ଅଂଶ ଗ୍ରହଣ କରିଥିବାବେଳେ ସରାପାଲି ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଜୁନିଅର ବିଭାଗରେ ୬ଟି ଅନୁଷ୍ଠାନ ଅଂଶଗ୍ରହଣ କରିଥିବାବେଳେ ସରାପାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପ୍ରଥମ ଏବଂ ଆଦର୍ଶ ବିଦ୍ୟାଳୟ ପେଣ୍ଠବହାଲ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ସେହିପରି ସବ ଜୁନିଅର ବିଭାଗରେ ୭ଟି ଅନୁଷ୍ଠାନ ଅଂଶ ଗ୍ରହଣ କରିଥିବାବେଳେ ଜଗନ୍ନାଥ ପ୍ରସାଦ ସରସ୍ବତୀ ଶିଶୁ ମନ୍ଦିର ପ୍ରଥମ ଏବଂ କେପସୁଲ କିଡ୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ।

ପ୍ୟାରେଡ ପ୍ରତିଯୋଗିତାର ସମସ୍ତ ବିଜେତା ଏବଂ ଉପବିଜେତା ସମେତ ସ୍ୱାଧୀନତା ଦିବସ ପାଳନ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ହଳଧର ସାହୁ, ମହେଶ୍ବର ପ୍ରଧାନ ଏବଂ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ ସହଯୋଗ କରିଥିଲେ ।

Hot this week

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ...

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

Related Articles

Popular Categories